ଟିକା ନେବା ପରେ ଏଭଳି ଲକ୍ଷଣ ବିପଦର ସଙ୍କେତ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଟ୍ରେନରେ ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ଭଳି ଭାରତରେ ଦିଆ ଯାଉଥିବା କୋଭିଶିଲ୍ଡ ଟିକାରେ ମଧ୍ୟ ସମାନ ପ୍ରକାର ରକ୍ତ ଜମାଟ ଭଳି ଘଟଣା ଦେଖାଦେଉଥିବା ଜଣାପଡ଼ିଛି। ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ନେବା ଦ୍ୱାରା ରକ୍ତବାହୀ ନଳୀରେ ରକ୍ତ ଜମାଟ ବାନ୍ଧିବା ଘଟଣା ବ୍ରଟେନ୍‌ରେ ମାର୍ଚ୍ଚ ୧୧ରେ ଜଣାପଡ଼ିଥିଲା। ଭାରତରେ ଦିଆଯାଉଥିବା କୋଭିଶିଲ୍ଡ ଟିକା ଦ୍ୱାରା ଏଭଳି ଘଟଣାର ୧୦ ଲକ୍ଷରେ ୦.୬୧ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟିକା ନେବାର ୨୦ ଦିନ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା ଭଳି ଗୁରୁତର ସମସ୍ୟା ଦେଖାଦେଲେ ସମ୍ପୃକ୍ତ ଟିକାଦାନ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଟିକାନେବା ପରେ ୨୬ ଜଣଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥିବା ପ୍ରତିଷେଧକ ଟିକା ନେବା ସୃଷ୍ଟି ହେଉଥିବା ପ୍ରଭାବର ତଦାରଖ କରିବା ଲାଗି ଗଠନ ହୋଇଥିବା କମିଟି ଏଇଏଫ୍‌ଆଇ ପକ୍ଷରୁ କୁହାଯାଇଛି। ରକ୍ତ ଜମାଟ ବାନ୍ଧିବା, ଅଧିକ ସମୟ ମୁଣ୍ଡ ବିନ୍ଧା, ଛାତିରେ ଯନ୍ତ୍ରଣା, ଦେଶରେ ଘୋଳାବିନ୍ଧା, ପେଟ ଯନ୍ତ୍ରଣା, ନିଶ୍ୱାସ ନେବାରେ ସମସ୍ୟା, ଦେଶରେ ଲାଲ୍‌ ରଙ୍ଗର ଦାଗ ସୃଷ୍ଟି ହେବା, ଅଧିକ ହାଲିଆ ଲାଗିବା, ଶରୀରର କୌଣସି ଅଙ୍ଗ କାମ କରିବା ବନ୍ଦ କରିଦେବା, ଆଖିକୁ ଧୂଆଳିଆଁ ଦେଖାଯିବା, କନଫ୍ୟୁଜନ-ଟିପ୍ରେଶନ ଅବା ମୁଡ୍‌ ସ୍ବିଙ୍ଗ୍‌ ଆଦି ସମସ୍ୟା କୋଭିଶିଲ୍ଡ ଟିକା ନେବା ପରେ କେତେକ କ୍ଷେତ୍ରରେ ଦେଖାଦେଇଥାଏ। କିନ୍ତୁ ଏଭଳି ସମସ୍ୟା ଅଧିକ ସମୟ ଲାଗି ରହିଲେ ଏହାକୁ ବିପଦର ସଙ୍କେତ ଧରି ନେବାକୁ ହେବ। ବିଳମ୍ବ ନକରି ଚିକିତ୍ସକଙ୍କ ସହିତ ପରାମର୍ଶ କରିବାକୁ ଏଇଏଫ୍‌ଆଇ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୩୧ରେ ଏଇଏଫ୍‌ଆଇ ଦାଖଲ କରିଥିବା ରିପୋର୍ଟ ଅନୁସାରେ ଟିକାକରଣ ଅଭିଯାନ ପରେ ମାର୍ଚ୍ଚ ୨୯ ସୁଦ୍ଧା ପାର୍ଶ୍ୱପ୍ରତିକ୍ରିୟା ଏବଂ ମୃତ୍ୟୁ ହୋଇଥିବା ୬୧୭ ଘଟଣା ଘଟିଛି। ସେଥିମଧ୍ୟରୁ ଟିକାନେବା ପରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଛି। ୨୩୬ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ କରାଯାଇଛି।

Share