Categories: ଫୁରସତ

ଏମିତି ଦ୍ୱୀପ, ଯେଉଁଠି ରୁହନ୍ତି କେବଳ ମହିଳା

ସାଧାରଣତଃ ଆମ ସମାଜ ପୁରୁଷ ପ୍ରାଧାନ୍ୟ। ମହିଳାମାନେ କେବଳ ଘର ଏଂବ ପିଲାମାନଙ୍କର ଯତ୍ନ ନେବା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ, କିନ୍ତୁ ପରିବାରର ଦାୟିତ୍ୱ ସେମାନଙ୍କ କାନ୍ଧରେ ଦିଆଯାଇ ନ ଥାଏ। ସମାଜରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ଅଟେ। କିନ୍ତୁ ପୃଥିବୀରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ କେବଳ ମହିଳା ରୁହନ୍ତି। ଜାଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସତ। ଇଷ୍ଟୋନିଆ ଦେଶରେ କିହନୁ ନାମକ ଏକ ଦ୍ୱୀପ ରହିଛି। ଯେଉଁଠାରେ ଜନସଂଖ୍ୟାର ୯୦ ପ୍ରତିଶତରୁ ଅଧିକ ମହିଳା ଅଟନ୍ତି।
ଏହି ଦ୍ୱୀପରେ ମାତ୍ର ୩୦୦ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା।

ସୂଚନା ଅନୁଯାୟୀ, କିହନୁ ଦ୍ୱୀପରେ ରହୁଥିବା ପୁରୁଷମାନେ ଇଷ୍ଟୋନିଆରେ କାମ କରିବାକୁ ଯାଆନ୍ତି। ତେଣୁ, ଦ୍ୱୀପରେ କେବଳ ମହିଳାମାନେ ରହିଥାନ୍ତ। ଏହି ସମଗ୍ର ଦ୍ୱୀପର ଦାୟିତ୍ୱ ମହିଳାମାନଙ୍କ କାନ୍ଧରେ ଥାଏ। ମହିଳାମାନେ ନୃତ୍ୟ, ଗୀତ ଗାଇ ଟଙ୍କା ରୋଜଗାର କରନ୍ତି।

କୁହାଯାଏ, ପୂର୍ବରୁ କେବଳ ଅପରାଧୀ ତଥା ଦେଶାନ୍ତର ଦଣ୍ଡର ସମ୍ମୁଖୀନ ହେଉଥିବା ଲୋକମାନେ ଏହି ଦ୍ୱୀପରେ ରହୁଥିଲେ। ପରେ ଏହି ଦ୍ୱୀପଟି ପ୍ରାୟ ୫୦ ବର୍ଷ ଧରି ସୋଭିଏତ୍‌ ୟୁନିଅନ ଦ୍ୱାରା ଦଖଲ କରାଯାଇଥିଲା। ସେବେଠାରୁ ଏଠାରେ ମହିଳାମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବଦଳୁଥିବା ସମୟ ସହିତ, ବର୍ତ୍ତମାନ ପୁଅ ଏବଂ ଝିଅମାନେ ଦ୍ୱୀପରୁ ବାହାରକୁ ପଢ଼ିବା କିମ୍ବା ଚାକିରି କରିବାକୁ ଯିବା ପାଇଁ ଚାହୁଁଛନ୍ତି।

Share