Posted inଖେଳ

କ୍ରିକେଟର ଏମିତି ଏକ ଲଜ୍ଜାଜନକ ରେକର୍ଡ: ଭାରତ କେବେ ମନେ ରଖିବାକୁ ଚାହିଁବ ନାହିଁ

କ୍ରିକେଟରେ ପ୍ରତି ମ୍ୟାଚ୍‌ରେ ଅନେକ ରେକର୍ଡ ତିଆରି ହୁଏ, ଅନେକ ରେକର୍ଡ ଭାଙ୍ଗେ ମଧ୍ୟ। କିନ୍ତୁ ଭାରତୀୟ ଦଳ ଆଜିର ଦିନ ଅର୍ଥାତ୍‌ ଜୁଲାଇ ୧୯, ୧୯୫୨ରେ ଏପରି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଥିଲା, ଯାହାକୁ ସେ ମନେ ରଖିବାକୁ ଆଦୌ ପସନ୍ଦ କରିବ ନାହିଁ। ଆଜିର ଦିନରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନରେ ଦୁଇଥର ଅଲ୍‌ଆଉଟ୍‌ ହୋଇଥିଲା। ଦଳକୁ ମଧ୍ୟ ଏକ ବଡ଼ ଲଜ୍ଜାଜନକ ପରାଜୟ ମିଳିଥିଲା। କେବଳ ଏତିକି ନୁହେଁ ଦଳ ଉଭୟ ଇନିଂସରେ ୧୦୦ ରନ ଅତିକ୍ରମ କରିପାରି ନ ଥିଲା। ଗୋଟିଏ ଦିନରେ ମୋଟ ୨୨ ଉଇକେଟର ପତ୍ତନ ଘଟିଥିଲା।
ଭାରତ-ଇଂଲଣ୍ଡ ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୪୭ି ରନ୍‌ରେ ପାଳି ଘୋଷଣା କରିଥିଲା। ମଞ୍ଚେଷ୍ଟରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୫୮ ରନ ସ୍କୋର କରିପାରିଥିଲା। ଦଳ ମାତ୍ର ୨୧.୪ ଓଭର ବ୍ୟାଟିଂ କରିପାରିଥିଲା। ଏହି ଇନିଂସରେ ୯ ଜଣ ବ୍ୟାଟ୍ସମ୍ୟାନ ଡବଲ ଫିଗର ଛୁଇଁ ପାରି ନ ଥିଲେ। ଅଦତ୍ନାୟକ ବିଜୟ ହଜାରେ ୧୬ ଏବଂ ବିଜୟ ମଞ୍ଜରେକର ୨୨ ରନ ସ୍କୋର କରିଥିଲେ। ଦ୍ରୁତ ବୋଲର ଫ୍ରେଡ ଟ୍ରୁମାନ ୩୧ ରନ ଦେଇ ୮ଟି ଉଇକେଟ ନେଇଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ଫଲୋଅନ୍‌ ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ବାହାରିଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲା। ଦଳ ୩୬.୩ ଓଭରରେ ୮୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏଥର ମଧ୍ୟ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ। ଏହିପରି ଭାବେ ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଏବଂ ୨୦୭ ରନରେ ଜିତି ନେଇଥିଲା। ଭାରତୀୟ ଦଳ ଉଭୟ ଇନିଂସରେ ମାତ୍ର ୫୮ ଓଭର ବ୍ୟାଟିଂ କରିପାରିଥିଲା।
ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଦିନରେ ଦୁଇଥର ଆଉଟ୍‌ ହୋଇଥିବା ଭାରତୀୟ ଦଳ ପ୍ରଥମ ଦଳ ହୋଇଥିଲା। ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ୨୦୦୫ ଏବଂ ୨୦୧୨ରେ ଦିନକୁ ଦୁଇଥର ଜିମ୍ବାୱେକୁ ଦୁଇଥର ଅଲଆଉଟ୍‌ କରିଥିଲା। ପ୍ରଥମ ଥର ପାଇଁ ଏହି ରେକର୍ଡ ସୃଷ୍ଟି କରିଥିବା ଭାରତୀୟ ଦଳ ମଧ୍ୟ ଦିନକୁ ଦୁଇଥର ବିପକ୍ଷ ଦଳକୁ ଅଲଆଉଟ୍‌ କରିଛି। ବେଙ୍ଗାଲୁରୁରେ ୨୦୧୮ ରେ ଖେଳାଯାଇଥିବା ଟେଷ୍ଟରେ ଟିମ ଇଣ୍ଡିଆ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଆଫଗାନିସ୍ତାନକୁ ୧୦୯ ଏବଂ ୧୦୩ ରେ ଅଲଆଉଟ୍‌ କରିଥିଲା। ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ଏହି ପ୍ରଦର୍ଶନ କେବଳ ଚାରିଥର ଘଟିଛି, ଯେତେବେଳେ ଗୋଟିଏ ଦିନରେ ଦୁଇଥର ଦଳ ଅଲଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri