ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କଲେ, ଏହା ଜାଣିବାକୁ ପାଇଲା ଯେ, ଏହା ଏକ ବିରଳ ପ୍ରଜାତିର ଏକ ଭାରତୀୟ ତାରକା କଇଁଛ। ଯାହା ବଲୁପ୍ତ ପ୍ରାୟ। କିଛି ଲୋକ ଏହି କଇଁଛକୁ ତନ୍ତ୍ର-ମନ୍ତ୍ରରେ ମଧ୍ୟ ବ୍ୟବହାର କରନ୍ତି।

ଏହି ବିରଳ ଭାରତୀୟ ତାରକା ପ୍ରଜାତିର କଇଁଛ ମହାରାଷ୍ଟ୍ରର ପୁଣେ ଜିଲାର ଇନ୍ଦପୁରରେ ଦେଖିବାକୁ ମିଳିଛି। ଏହି କଇଁଛଟି ଭଗୱାନ ନିକଟ ଉଜ୍‌ନି ଡ୍ୟାମରେ ଜଣେ ମତ୍ସ୍ୟଜୀବୀ ଦମ୍ପତିଙ୍କ ଦ୍ୱାରା ମିଳିଥିଲା। ବିନୋଦ କାଲେ ଏବଂ ତାଙ୍କ ସ୍ତ୍ରୀ ଶିବାନୀ କାଲେ ଇନ୍ଦପୁରରେ ଏହି ବିରଳ ପ୍ରଜାତିର କଇଁଛଙ୍କୁ ପାଇଥିଲେ।

ଏହି କଇଁଛ ସାଧାରଣ କଇଁଛ ଅପେକ୍ଷା ଅଧିକ ସୁନ୍ଦର । ଏହାର ବାହ୍ୟ ଚର୍ମରେ ଚମକଦାର ବର୍ଚ୍ଛା ଆକୃତିର ବିନ୍ଦୁ ଅଛି ଯାହା ତାରା ପରି ଦେଖାଯା ।

ଏହି ବିରଳ କଇଁଛ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ପ୍ରଜାତି । ଏହି ପ୍ରଜାତି ମୁଖ୍ୟତ ଦକ୍ଷିଣ ଆଫ୍ରିକା, ପାକିସ୍ଥାନ, ମିଆଁମାର, ଶ୍ରୀଲଙ୍କା ଏବଂ ଭାରତରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ଦେଖିବାକୁ ମିଳେ।

ଅନ୍ଧବିଶ୍ୱାସ, ହୋମ ଫେଙ୍ଗ ଶୁଇ, ଯାଦୁକରୀ, ଡ୍ରଗ୍ସ ଓ ଔଷଧ ଭଳି ମୂଲ୍ୟବାନ ଉତ୍ପାଦନ ପାଇଁ ଏହି କଇଁଛକୁ ସର୍ବଭାରତୀୟ ସ୍ତରରେ ଚୋରା ଚାଲାଣ କରାଯାଏ। ପରେ ଦମ୍ପତି ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ କଇଁଛ ହସ୍ତାନ୍ତର କରିଛନ୍ତି।

Share