Posted inଖେଳ

ଆଜିର ଦିନରେ କ୍ରିକେଟ୍‌ ପଡିଆରେ ସୃଷ୍ଟି ହୋଇଥିଲା ଏମିତି ରେକର୍ଡ,ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

କ୍ରୀଡା କ୍ଷେତ୍ରରେ ଅନେକ ରେକର୍ଡ ତିଆରି ଏବଂ ଭାଙ୍ଗିଥାଏ। କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର। ଏହିପରି ଗୋଟିଏ ରେକର୍ଡ ୯ ଜୁଲାଇ ସୃଷ୍ଟି ହୋଇଥିଲା। ୧୯୬୫ ମସିହାରେ ଆଜିର ଦିନରେ ଇଂଲଣ୍ଡର ଜନ ଏଡରିଚ ନ୍ୟୁଜିଲାଣ୍ଡ ବୋଲରମାନଙ୍କୁ ପ୍ରହାର କରିଥିଲେ। ହେଡିଙ୍ଗଲିରେ ଅପରାଜିତ ୩୧୦ ସ୍କୋର କରିଥିଲେ। ତାଙ୍କ ଇନିଂସର ବିଶେଷତ୍ୱ ଥିଲା ଯେ ସେ ନିଜ ଇନିଂସର ମୋଟ ରନ୍‌ର ୭୭ ପ୍ରତିଶତ ସ୍କୋର ଚୌକା ମାରିିଥିଲେ। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ସେହି ତୃତୀୟ ଟେଷ୍ଟ ମ୍ୟାଚ ଜୁଲାଇ ୮ରୁ ଆରମ୍ଭ ହୋଇଥିଲା ଏବଂ ଏଡରିଚ ଓପନିଂ ପାଇଁ ଓହ୍ଲାଇଥିଲେ।
ଇଂଲଣ୍ଡର ପ୍ରଥମ ଉଇକେଟ ଦଳ ସ୍କୋରରେ ମାତ୍ର ୧୩ରେ ପଡିଥିଲା କିନ୍ତୁ ଦ୍ୱିତୀୟ ଉଇକେଟ ପାଇଁ ଏଡରିଚ ଏବଂ କେନ ବ୍ୟାରିଙ୍ଗଟନ (୧୬୩) ୩୬୯ ରନ ଭାଗିଦାରୀ ବାଣ୍ଟିଥିଲେ। ବ୍ୟାରିଙ୍ଗଟନ ୨୬ ଚୌକା ସହାୟତାରେ ୧୬୩ ରନ ସଂଗ୍ରହ କରିଥିଲେ। ୨୧ ଜୁନ ୧୯୩୭ରେ ବ୍ଲୋଫିଲ୍ଡରେ ଜନ୍ମଗ୍ରହଣ କରିଥିବା ଜନ ଏଡରିଚ ୩୧୦ ରନର ଅପରାଜିତ ଇନିଂସରେ ୫୨ ଚୌକା ଓ ୫ ଛକା ମାରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ଯାହା ଆଜି ବି କାଏମ ରହିଛି। ଏହି ସମୟ ମଧ୍ୟରେ ଏଡରିଚ ୪୫୦ ବଲ୍‌ର ସମ୍ମୁଖୀନ ହୋଇଥିଲେ।
ଭେଟେରାନ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗ (ଲାହୋରରେ ୪୭ ଚୌକା) ତାଙ୍କ ନିକଟତର ହୋଇଥିଲେ ମଧ୍ୟ ସେ ମଧ୍ୟ ରେକର୍ଡ ଭାଙ୍ଗିବାରେ ସଫଳ ହୋଇପାରି ନ ଥିଲେ। ଜନ ଏଡରିଚ ତାଙ୍କ ଟେଷ୍ଟ କ୍ୟାରିୟରରେ ୭୭ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ୧୨ ଶତକ ଏବଂ ୨୪ ଅର୍ଦ୍ଧଶତକ ସହାୟତାରେ ୫୧୩୮ ରନ ସ୍କୋର କରିଥିଲେ। ସେ କେବଳ ୭ଟି ଦିନିକିଆ ମ୍ୟାଚ ଖେଳିଥିଲେ। ୫୬୪ ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ମୋଟ ୩୯୭୯୦ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri