ସ୍ନେହ, ଯତ୍ନ ଅପେକ୍ଷା ପ୍ରେମିକାଙ୍କଠାରେ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ, ଜାଣନ୍ତୁ…

ଯେପରି ଝିଅମାନେ ଜୀବନସାଥୀଙ୍କୁ ନେଇ ସ୍ବପ୍ନ ଦେଖିଥାନ୍ତି, ସେ ଗୁଣର ହୁଅନ୍ତୁ ବୋଲି ଚାହାନ୍ତି ସେହିପରି ପୁଅମାନେ ମଧ୍ୟ ସେମାନଙ୍କ ଜୀବନସାଥୀ ଉପରେ ଆଶା ରଖିଥାନ୍ତି। ସେମାନେ ସମସ୍ତେ ଚାହାଁନ୍ତି ଯେ, ତାଙ୍କ ସାଥୀ ତାଙ୍କୁ ଭଲ ପାଆନ୍ତୁ, ତାଙ୍କର ଯତ୍ନ ନିଅନ୍ତୁ, କିନ୍ତୁ ଏହା ବ୍ୟତୀତ କିଛି ଜିନିଷ ଅଛି ଯାହା ଯଦି ମିଳିଯାଏ ତେବେ ଖୁସି ଡବଲ ହୋଇଯାଏ। ପୁଅମାନଙ୍କର ମଧ୍ୟ ଏପରି କିଛି ଇଚ୍ଛା ଥାଏ, ଯାହା ସେମାନେ ସମସ୍ତଙ୍କୁ ପ୍ରକାଶ କରନ୍ତି ନାହିଁ। କିନ୍ତୁ ସେମାନେ ମନେମନେ ଭାବିଥାନ୍ତି।

ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ

ପୁଅମାନେ ସେହିପରି ଝିଅମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ସେମାନଙ୍କ ଜୀବନରେ ସାଙ୍ଗ ଏବଂ ପରିବାରର ମହତ୍ତ୍ୱକୁ ବୁଝିଥାନ୍ତି। ଯେଉଁ ସମୟରେ ସେମାନେ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ସମୟ ବିତାଉଥାନ୍ତି ସେହି ସମୟରେ ତାଙ୍କୁ କିଏ ବିରକ୍ତ କରୁ ସେମାନେ ଚାହାନ୍ତି ନାହିଁ। ମାତ୍ର ଅନେକ ଝିଅ ଏପରି କରିଥାନ୍ତି। ଯଦି ଏପରି କରୁ ନଥିବା ଝିଅଟିଏ ମିଳିଯାଏ ପୁଅମାନେ ବେଶି ଖୁସି ହୋଇଯାନ୍ତି।

ବ୍ୟକ୍ତିଗତ ସ୍ଥାନ

ଅନେକ ଝିଅଙ୍କର ଏପରି ଅଭ୍ୟାସ ଅଛି ଯେ, ସେମାନେ ପୁଅମାନଙ୍କୁ ନିଜ ପାଇଁ ସମୟ ବାହାର କରିବାକୁ ଦିଅନ୍ତି ନାହିଁ। ଯେତେବେଳେ ନିଜେ ନିଜ ସହିତ ସମୟ ବିତାଇବା ଆବଶ୍ୟକ କରନ୍ତି। ଝିଇମାନେ ନିଜ ପାଇଁ ସମୟ ବାହାର କରନ୍ତି ହେଲେ ପୁଅ ମାନଙ୍କ ବ୍ୟକ୍ତିଗତ ଭାବେ କିଛି ଭାବିବାକୁ ଦିଅନ୍ତି ନାହିଁ। ଯଦି କେଉଁ ଝିଅ ଜୀବନସାଥୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନ କରନ୍ତି ସେହି ଝିଅଙ୍କୁ ପାର୍ଟନର ଭାବେ ପାଇ ପୁଅ ଖୁସି ହୁଅନ୍ତି।

କଥା ଶୁଣିବା

ପୁଅମାନେ ଏକ ସାଥୀ ଚାହାଁନ୍ତି ଯିଏ କଠିନ ପରିସ୍ଥିତିରେ ସୁଖରେ ହେଉ କିମ୍ବା ଦୁଃଖରେ ସମସ୍ତ କଥା ଶୁଣନ୍ତି।

ପରିବର୍ତ୍ତନ କରିବାକୁ ଚେଷ୍ଟା
ଅନେକ ଝିଅ ପ୍ରାୟତଃ ପୁଅମାନଙ୍କର ଅଭ୍ୟାସ, ସେମାନଙ୍କର ସ୍ବଭାବ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି। ବାରମ୍ବାର ବାଧା ଯୋଗୁଁ ପୁଅମାନେ ମଧ୍ୟ କ୍ରୋଧିତ ହୁଅନ୍ତି। ଯଦି କୌଣସି ଝିଅ ତାଙ୍କୁ ପୂର୍ବପରି ଗ୍ରହଣ କରନ୍ତି ସେ ଅଧିକ ଖୁସି ହୋଇଯାନ୍ତି।