ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ ଶାଶୁଘରକୁ ବିଦା ହୋଇଛନ୍ତି। ହେଲିକପ୍ଟରରେ ଶାଶୁଘର ଯିବା କନ୍ୟାଙ୍କ ଇଚ୍ଛା ଥିଲା। ପରେ ଶ୍ୱଶୁର ୫ ଲକ୍ଷ ଟଙ୍କା ଖର୍ଚ୍ଚକରି ବୋହୂଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି। ଭରତପୁର କରୋଲି ଗାଁର ବିଡ୍‌ଗାମାରେ ରହୁଥିବା ପିଡବ୍ଲ୍ୟୁଡି କଣ୍ଟ୍ରାକ୍ଟରଙ୍କ ପୁଅ ନରେନ୍ଦ୍ର ସିଂ ଛତ୍ରପୁରର ଜଣେ ଝିଅକୁ ବିବାହ କରିଥିଲେ। ନରେନ୍ଦ୍ର ସିଂ ବରଯାତ୍ରୀ ନେଇ ଛତ୍ରପୁରରେ ପହଞ୍ଚିଥିଲେ। ହେଲିକପ୍ଟରରେ ବିଦାୟ ପାଇଁ କନ୍ୟାଙ୍କ ଇଚ୍ଛା ଥିଲା। ଯେତେବେଳେ ଶ୍ୱଶୁର ଏହି ଇଚ୍ଛା ବିଷୟରେ ଜାଣିଲେ, ସେ ବୋହୂଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ବିବାହ ରୀତିନୀତି ସମାପ୍ତ ପରେ ବର କନ୍ୟାଙ୍କୁ ହେଲିକପ୍ଟରରେ ନେଇ ତାଙ୍କ ଗାଁକୁ ଗଲେ। ଏଥିସହିତ ବରର ଗାଁରେ ହେଲିକପ୍ଟରରେ କ୍ୟନ୍ୟା ଆସୁଥିବା ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଏକ ହେଲିକପ୍ଟର ଛତ୍ରପୁରର ଆକାଶ ଉପରେ ଉଡିଥିବାର ଦେଖାଗଲା। ଶ୍ୱଶୁରଙ୍କଠାରୁ ଏହି କଥା ଜାଣି ବୋହୂଙ୍କ ଖୁସି କହିଲେ ନ ସରେ। ପରିବାର ସଦସ୍ୟ କହିଛନ୍ତି, ହେଲିକପ୍ଟର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Share