ପୃଥିବୀ ପାଇଁ ବୋଝ ଏଭଳି ଲୋକ

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି ବ୍ୟକ୍ତି ପୃଥିବୀ ଉପରେ ବୋଝ ସଦୃସ । ଏଭଳି ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ ବୋଲି ଚାଣକ୍ୟ କହିଛନ୍ତି।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶ୍ଳୋକ ମାଧ୍ୟମରେ ତିନି ଜଣଙ୍କୁ ପୃଥିବୀର ବୋଝ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମାଂସ ଖାଉଛନ୍ତି, ଯେଉଁମାନେ ମଦ ପିଉଛନ୍ତି ଓ ଯେଉଁମାନେ ମୁର୍ଖ ସେମାନେ ସମସ୍ତେ ଏହି ପୃଥିବୀ ପାଇଁ ବୋଝ ଅଟନ୍ତି।

ସେହିଭଳି ଆଚାର୍ଯ୍ୟ ଚାଣକ୍ୟ ଜୀବ ହତ୍ୟା କରିବା ଭୁଲ ବୋଲି ବିବେଚନା କରିଛନ୍ତି। ଯେଉଁମାନେ ଜୀବକୁ ହତ୍ୟା କରନ୍ତି ସେମାନେ ପୃଥିବୀ ପାଇଁ ବୋଝ। ଚାଣକ୍ୟ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଜୀବମାନେ କାହାର କ୍ଷତି ନ କରନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ମାରିବାର କୌଣସି ଅଧିକାର ନାହିଁ।

ଏହା ବ୍ୟତୀତ ସେ କହିଛନ୍ତି ଯେଉଁମାନେ ମଦ୍ୟପାନ କରନ୍ତି କିମ୍ବା କୌଣସି ପ୍ରକାରର ନିଶାଶେବନ କରନ୍ତି, ସେମାନେ ସମାଜ ପାଇଁ ବୋଝ।

ଏଥି ସହିତ, ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ମୂର୍ଖ ବ୍ୟକ୍ତିଙ୍କୁ ପୃଥିବୀର ବୋଝ ବୋଲି କହିଛନ୍ତି।