Categories: ଜାତୀୟ

ଲେଜର ଗାଇଡେଡ୍‌ ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୨୩।୯: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ପକ୍ଷରୁ ବୁଧବାର ସଫଳତାର ସହିତ ଲେଜର ଗାଇଡେଡ୍‌ ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓକୁ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ଅହମେଦନଗର ସ୍ଥିତ କେକେ ରେଞ୍ଜ୍‌ରେ ଏମ୍‌ଟିବି ଅର୍ଜୁନ ଟ୍ୟାଙ୍କ୍‌ ସହାୟତାରେ ଲେଜର ଗାଇଡେଡ୍‌ ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଛି। ଏହା ଦ୍ୱାରା ଭାରତୀୟ ସେନାର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏହାର ଲକ୍ଷ୍ୟଭେଦ କ୍ଷମତା ୩ କିଲୋମିଟର ରହିଛି। ଏହାଦ୍ୱାରା ଶତ୍ରୁ ଶିବିର ନିମିଷକେ ଧ୍ୱଂସ କରାଯାଇପାରିବ। ଏଲ୍‌ଏସିରେ ଉତ୍ତେଜନା ଲାଗି ରହିଥିବାବେଳେ ଡିଆର୍‌ଡିଓର ଏହି ସଫଳତା ବେଶ୍‌ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।

Share