‘ସଫଳ ବ୍ୟକ୍ତି ଆଧ୍ୟାତ୍ମିକତାରେ ସୁଖ, ଶାନ୍ତି ଖୋଜନ୍ତି’

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଆମ ନିକଟରେ ଯେତେ ଧନ ସମ୍ପତ୍ତି, କ୍ଷମତା ଓ ପ୍ରତିପତ୍ତି ଥିଲେ ମଧ୍ୟ ଏସବୁ ଆମକୁ ପ୍ରକୃତ ଶାନ୍ତି ଦେଇ ନ ଥାଏ। ଶ୍ରଦ୍ଧା, ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ବୋଲି ନ୍ୟୁୟର୍କସ୍ଥିତ ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଅଧ୍ୟାତ୍ମ ଗୁରୁ ସ୍ବାମୀ ସର୍ବପ୍ରିୟାନନ୍ଦ ପ୍ରକାଶ କରିଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ କିଟ୍‌ ନଲେଜ ଟ୍ରି ବକ୍ତୃତାମାଳାରେ ଅଭିଭାଷଣ ଦେଇ ସେ କହିଲେ, ଆମକୁ ଯେତେ ସଫଳତା ମିଳିଲେ ମଧ୍ୟ ଆଧ୍ୟାତ୍ମିକତାବାଦ ବ୍ୟତିରେକେ ଶାନ୍ତି ମିଳି ନ ଥାଏ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱମାନେ ଆଧ୍ୟାତ୍ମିକତା ମଧ୍ୟରେ ସୁଖ ଓ ଶାନ୍ତି ଖୋଜିଥାନ୍ତି। ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଏହି ଧାରାରେ ଦ୍ରୁତ ପରିବର୍ତ୍ତନ ହୋଇଚାଲିଛି। ଯୁବଗୋଷ୍ଠୀ ବିଶେଷ କରି ଛାତ୍ରୀଛାତ୍ରମାନେ ହେଉଛନ୍ତି ଏହି ପରିବର୍ତ୍ତନର ଅଗ୍ରଦୂତ ବୋଲି ସେ କହିଥିଲେ।
ସକାଳେ କିଟ୍‌ ଓ କିସ୍‌ କ୍ୟାମ୍ପସ୍‌ ବୁଲି ଦେଖିବା ପରେ ସ୍ବାମୀ ସର୍ବପ୍ରିୟାନନ୍ଦ କହିଲେ, ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ହାର୍ଭାର୍ଡଠାରୁ କିଟ୍‌ ଓ କିସ୍‌ କୌଣସି ଗୁଣରେ କମ୍‌ ନୁହେଁ। ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେବା ସହ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଉଦ୍ଧୃତ କରି ସେ କହିଲେ, ଆମେମାନେ ଆମ ଜୀବନର ପୂର୍ଣ୍ଣ ସଫଳତା ପାଇବାକୁ ହେଲେ ଆମକୁ ବିବେକାନନ୍ଦଙ୍କ ଆତ୍ମବିଶ୍ୱାସ, ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେବା ଏବଂ ନିଃସ୍ବାର୍ଥପରତା ଆଦି ତିନୋଟି ମନ୍ତ୍ର ଆପଣାଇବାକୁ ପଡ଼ିବ। ପ୍ରଥମେ ଆମକୁ ନିଜ ଉପରେ ବିଶ୍ୱାସ ରଖିବାକୁ ହେବ। ଜୀବନରେ ସଫଳତା ପାଇଁ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ହେଉଛି ସବୁଠାରୁ ବଡ଼ ସମ୍ବଳ। ଆମକୁ ଆମର ଅନ୍ତର୍ନିହିତ କ୍ଷମତାର ପୂର୍ଣ୍ଣ ବିନିଯୋଗ କରିବାକୁ ହେବ। ଏହି ଅବସରରେ ସେ ଆତ୍ମବିଶ୍ୱାସ, ନିଜ ଭୁଲକୁ ବୁଝି ସେଥିରେ ସୁଧାର ଆଣିବା, ଆତ୍ମକର୍ତ୍ତବ୍ୟବୋଧ, ଦୃଢ଼ତା, ଲକ୍ଷ୍ୟଯୁକ୍ତ ଜୀବନ ଓ ସତ୍ୟନିଷ୍ଠା ଆଦି ସଫଳତା ଓ ଶାନ୍ତିର ୭ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଛାତ୍ରୀଛାତ୍ର ସ୍ବାମୀ ସର୍ବପ୍ରିୟାନନ୍ଦଙ୍କ ପରାମର୍ଶକୁ ଅନୁସରଣ କଲେ ସଫଳତା ନିଶ୍ଚିତ ପାଇବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri