ସଫଳ ଧାନ ଚାଷୀ ଟିକଚନ ଭୋଇ

ଖଡ଼ିଆଳ,୫।୧୨(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମର ଚାଷୀ ଟିକଚନ ଭୋଇ ଆଜି ଜଣେ ସଫଳ ଧାନଚାଷୀ ହୋଇପାରିଛନ୍ତି। ସେ ସମ୍ପୂର୍ଣ ଭାବରେ ଜୈବିକ ପଦ୍ଧତିରେ ୨ଏକର ଜମିରେ ଧାନ ଚାଷ ଏବଂ ଅଣଧାନ ଚାଷ କରିଥିଲେ। ସେ ଭୋଜପୁର ଗ୍ରାମର ଜଣେ ଆଦର୍ଶ ଚାଷୀ ଭାବରେ ମଧ୍ୟ ନିଜର ନାମ ଅର୍ଜନ କରିପାରିଛନ୍ତି। ତାଙ୍କର କହିବା ଅନୁସାରେ କୃଷି ବିଜ୍ଞାନ ଛାତ୍ରୀ କୁମାରୀ ଅଲିଶା ସିଂ ଦଣ୍ଡସେନା, ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ର ତାଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରିଛନ୍ତି। ଅଲିଶା ସିଂ ଦଣ୍ଡସେନା ବ୍ଲକ କୃଷି ଅଧିକାରୀ ପାତ୍ର, ସହକାରୀ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ଗାୟତ୍ରୀ ତାଣ୍ଡି, କୃଷି ଓଭରସିୟରଙ୍କୁ ବ୍ଲକ କୃଷି କାର୍ଯ୍ୟାଳୟରେ ଯାଇ ସାକ୍ଷାତ କରିଥିଲେ। ଅଲିଶା ସମସ୍ତଙ୍କ ସହିତ ନୂତନ କୃଷି ପ୍ରଣାଳୀ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ପରେ ସଞ୍ଜୟ ପାତ୍ର ଅଲିଶା ସିଂ ଦଣ୍ଡସେନାଙ୍କୁ ଜୈବିକ ଚାଷ ଉପରେ ଅଧିକ ବୁଝାଇ ଥିଲେ। ଆଲୋଚନା ପରେ ସଞ୍ଜୟ ପାତ୍ର ଅଲିଶା ସିଂ ଦଣ୍ଡସେନାଙ୍କୁ ଜୈବକ ଚାଷ ପ୍ରଣାଳୀ ଉପରେ ଅଧିକ ବୁଝାଇଥିଲେ। ପଦ୍ଧତିକୁ କିପରି ଚାଷୀମାନଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚା ଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ ଏବଂ ଅଲିଶା ବ୍ଲକ କୃଷି ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅନୁପ୍ରାଣିତ ହୋଇ ଖଡ଼ିଆଳ ବ୍ଳକ ଭୋଜପୁର ଗ୍ରାମର ଚାଷୀମାନଙ୍କୁ ନେଇ ଏକ ସଭା କରିଥିଲେ। ଉକ୍ତ ସଭାରେ ଜୈବିକ ପଦ୍ଧତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଚାଷୀମାନଙ୍କୁ ଜୈବିକ ଚାଷ ପଦ୍ଧତି ଉପରେ ନିଜର ଜ୍ଞାନ ବାଣ୍ଟିଥିଲେ। ମଞ୍ଜିଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଯେଉଁ ସବୁ ପଦ୍ଧତି ଅଛି ତାହା କହିଥିଲେ। ମାଟିର ଗୁରୁତ୍ୱ, ପରିବେଶ ସୁରକ୍ଷା ଖତ ପ୍ରୟୋଗ, ଯିବାମୃତ, ପଞ୍ଚ ଗବ୍ୟର ବ୍ୟବହାର, ରୋଗ ପୋକ ନିୟନ୍ତ୍ରଣ, ଚାଷୀମାନେ ବିସ୍ତୁତ ଭାବରେ ବୁଝାଇଥିଲେ। ଭୋଜପୁର ଗ୍ରାମର ଟିକଚନ ଜଣେ ଚାଷୀ ସମ୍ପୂର୍ଣ୍ଣ ଭାବରେ ଜୈବିକ ପଦ୍ଧତିରେ ୨ ଏକର ଚାଷ ଜମିରେ ଏକ ଏକର ଧାନ ଚାଷ ଏବଂ ଅଣ ଧାନ ଚାଷ କରିଥିଲେ। ସେ ଭୋଜପୁର ଗ୍ରାମର ଜଣେ ଆଦର୍ଶ ଚାଷୀ ଭାବରେ ନିଜର ନାମ ଅର୍ଜନ କରିପାରିଛନ୍ତି। ତାଙ୍କର କହିବା ଅନୁସାରେ ଯାହାବି ଆଜି ଜୈବିକ ପଦ୍ଧତିରେ ସଫଳତା ପାଇଛି ତାହାହିଁ ଶ୍ରେୟ ଅଲିଶା ଏବଂ ବ୍ଲକ କୃଷି ଅଧିକାରୀଙ୍କ ଉନ୍ନତ କୌଶଳର ଉପଦେଶ ଆଜି ଗୋଟିଏ ଆଦର୍ଶ ଚାଷୀ ଭାବରେ ଖଡ଼ିଆଳ ବ୍ଲକରେ ପରିଗଣିତ ହୋଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

ଏମିତି ବି ଆସେ ମୃତ୍ୟୁ: ସକାଳୁ ସକାଳୁ ବୁଲି ବାହାରି ପଡ଼ିଥିଲେ ଦମ୍ପତି, ସ୍ବାମୀଙ୍କ ଆଖିଆଗରେ…             

ବୌଦ୍ଧ ୮।୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟସ୍ଥ ବୁଲାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri