Posted inଜାତୀୟ

ଏସ୍‌ଏସ୍‌ଏଲଭି-ଡି-୧ର ସଫଳ ଉତ୍‌କ୍ଷେପଣ…

ଶ୍ରୀହରିକୋଟା,୭।୮ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରବିବାର ଏହାର ପ୍ରଥମ ଛୋଟ ରକେଟ ସ୍ମଲ୍‌ ସାଟେଲାଇଟ ଲଞ୍ଚ ଭେହିକିଲ ଏସ୍‌ଏସ୍‌ଏଲଭି-ଡି-୧ ପୂର୍ବାହ୍ନ ୯ଟା ୧୮ରେ ସଫଳତାର ସହିତ ଉତ୍‌କ୍ଷେପଣ କରିଛି। ଏହି ମିଶନକୁ ଏସ୍‌ଏସ୍‌ଏଲଭି-ଡି-୧/ ଇଓଏସ-୦୨ କୁହାଯାଉଛି। ଇସ୍ରୋର ରକେଟ ଏସ୍‌ଏସ୍‌ଏଲଭି-ଡି-୧ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ କରାଯାଇଛି।

୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ସର୍ବାଧିକ କାର୍ଗୋ କ୍ଷମତା ବିଶିଷ୍ଟ ଏହି ରକେଟରେ ଏକ ଆର୍ଥ ଅବଜରଭେସନ ସାଟେଲାଇଟ -୦୨ (ଇଓଏସ-୦୨) ବହନ କରିଛି। ଯାହା ପୂର୍ବରୁ ’ମାଇକ୍ରୋସାଟେଲାଇଟ-୨ ଏ’ ଭାବରେ ଜଣାଶୁଣା ଥିଲା। ଏହାର ଓଜନ ପ୍ରାୟ ୧୪୨ କିଲୋଗ୍ରାମ ।

୭୫୦ ଛାତ୍ରଙ୍କ ଦ୍ୱାରା ନିର୍ମିତ ଆଜାଦି ସେଟ ମଧ୍ୟ ଲଞ୍ଚ କରାଯାଇଛି। ଏସ୍‌ଏସ୍‌ଏଲଭି ଉପଗ୍ରହ ମଧ୍ୟ ୬ମିଟର ରିଜୋଲ୍ୟୁସନ ବୀଶିଷ୍ଟ ଇନଫ୍ରାରେଡ କ୍ୟାମେରା ବହନ କରୁଛି। ଏହା ଉପରେ ସ୍ପେସ କିଡଜ ଇଣ୍ଡିଆ ଦ୍ୱାରା ପରିଚାଳିତ ସରକାରୀ ବିଦ୍ୟାଳୟର ୭୫୦ ଛାତ୍ରଙ୍କ ଦ୍ୱାରା ନିର୍ମିତ ଆଠ କିଲୋଗ୍ରାମ ଆଜାଦି ସେଟ ଉପଗ୍ରହ ମଧ୍ୟ ଅଛି। ଏକ କ୍ୟୁବ ସେଟ ଅଛି, ଏଥିରେ ହାରାହାରି ୫୦ ଗ୍ରାମ ଓଜନ ବିଶିଷ୍ଟ ୭୫ଟି ଉପକରଣ ରହିଛି। ସ୍ପେସ କିଡଜ ଇଣ୍ଡିଆ ଅନୁଯାୟୀ, ଏହି ପ୍ରକଳ୍ପର ମହତ୍ତ୍ୱ ହେଉଛି ସ୍ବାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଏହା ନିର୍ମିତ ହୋଇଛି ।

୩୪ ମିଟର ଉଚ୍ଚ ଏସ୍‌ଏସ୍‌ଏଲଭିର ବ୍ୟାସ ୨ ମିଟର। ଏଥିରେ ୨.୮ ମିଟର ବ୍ୟାସ ବିଶିଷ୍ଟ ପିଏସଏଲଭି ଏହାଠାରୁ ୧୦ ମିଟର ଉଚ୍ଚ ରହିଛି। ଏସ୍‌ଏସ୍‌ଏଲ୍‌ଭି ହେଉଛି ଏକ ୪ ଷ୍ଟେଜ୍‌ ରକେଟ। ପ୍ରଥମ ୩ ଷ୍ଟେଜ୍‌ରେ ସାଧାରଣ ଇନ୍ଧନ ବ୍ୟବହାର ହେବ। ଚତୁର୍ଥ ଷ୍ଟେଜ୍‌ ହେଉଛି ଲିକ୍ୱିଡ ପ୍ରପୁଲଶନ ଆଧାରିତ ଭେଲୋସିଟି ଟ୍ରାଇମିଂ ମଡ୍ୟୁଲ ଯାହା ଉପଗ୍ରହଗୁଡ଼ିକୁ ସେମାନଙ୍କ କକ୍ଷପଥରେ ପହଞ୍ଚାଇବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri