ସଫଳ ଛେଳିଚାଷୀ ପରମାନନ୍ଦ

ଦେବଗଡ଼,୨।୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ପଳସମା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଶଖଳିଆ ଗ୍ରାମର ପରମାନନ୍ଦ ବେହେରା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଜୀବନସାରା କୃଷି ବିଭାଗରେ ଗ୍ରାମ ସେବକ ହିସାବରେ କାର୍ଯ୍ୟ କରିଛନ୍ତି। ଚାଷୀ କେମିତି ନିଜ ଉତ୍ପାଦନକୁ ଅତି କମ୍‌ ଦରରେ ବିକି ସର୍ବସ୍ବାନ୍ତ ହୁଏ, ଅଙ୍ଗେ ନିଭେଇଛନ୍ତି। ତେଣୁ ସେ ଏମିତି ଚାଷ କଲେ ଯାହା ପାଇଁ ବଜାର ଆବଶ୍ୟକ ନାହିଁ। ଦର କମ ହେବାର ନାହିଁ। ଏହି ଚାଷ ହେଉଛି ଛେଳି ପାଳନ। ସେ ଏତେ ଛେଳି ପାଳିଛନ୍ତି ଯେଉଁଥିପାଇଁ ଅଞ୍ଚଳରେ ସଫଳ ଛେଳିଚାଷୀ ଭାବେ ଜଣାଶୁଣା ହୋଇପାରିଛନ୍ତି।
ସରକାର ସିନା ଷାଠିଏ ବର୍ଷରେ ତାଙ୍କୁ କାର୍ଯ୍ୟରୁ ଅବସର ଦେଇଦେଲେ। କିନ୍ତୁ ଶରୀର ଓ ମନରେ ତାଙ୍କର ଭରି ରହିଥିଲା ଅଦମ୍ୟ ଶକ୍ତି ଓ ସାହସ । ତାଙ୍କ ଗାଁର ଯୁବଚାଷୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବ, ମନକୁ କଷ୍ଟ ଦେଉଥିଲା। ପାରମ୍ପରିକ ଚାଷକୁ ବଜାରର ଅସ୍ତିରତା। ଆଗରୁ ପରିଚିତ ଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସହ ଯୋଗାଯୋଗ କରିଥିଲେ। ବିକ୍ରିବଟାରେ ଅସୁବିଧା ହେଉ ନ ଥିବା କିଛି ଚାଷ ଉପରେ ବାଟ ଦେଖାଇବାକୁ ଅନୁରୋଧ କରିଥିଲେ। କେନ୍ଦ୍ରର ବୈଜ୍ଞାନିକମାନେ ଜିଲାର ସବୁବର୍ଗର ଲୋକମାନଙ୍କର ପାରମ୍ପରିକ ଜୀବିକା ଛେଳି ଚାଷକୁ ବ୍ୟବସାୟିକ ଭିତ୍ତିିରେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଛେଳି ଚାଷ ପାଇଁ ମଡେଲ ଗୃହ, ପୁଷ୍ଟିଯୁକ୍ତ ଖାଦ୍ୟ ଉପରେ ସମ୍ୟକ ଧାରଣା ଦେଲେ। ପଶୁ ପାଳନ ବିଭାଗର କର୍ମଚାରୀଙ୍କ ସହାୟତାରେ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ଗାଁରେ ଛେଳିମାନଙ୍କ ପାଇଁ ସ୍ବାସ୍ଥ୍ୟଶିବିର ଆୟୋଜନ କରାଗଲା। ସ୍ଥାନୀୟ ପଶୁ ଚିକିତ୍ସକ ଟିକାକରଣ, କୃମିଦମନ ଉପରେ ପ୍ରଶିକ୍ଷଣ ଦେଇଥିଲେ। କେନ୍ଦ୍ର ତରଫରୁ ସିମାରୁବା, ସଜନା ଆଦି ପୁଷ୍ଟିଯୁକ୍ତ ଗଛ ଯୋଗାଇ ଦିଆଗଲା । ଗତ ତିନି ବର୍ଷ ମଧ୍ୟରେ ଛେଳିଚାଷକୁ ବ୍ୟବସାୟିକ ରଙ୍ଗ ଦେଇଛନ୍ତି ପରମାନନ୍ଦ। ଏବେ ତାଙ୍କ ପାଖରେ ଶତାଧିକ ଛେଳି ଅଛନ୍ତି। ସାଢେ ତିନିଲକ୍ଷ ଟଙ୍କା ସେ ରୋଜଗାର କରି ବର୍ତ୍ତମାନ ଏ ଅଞ୍ଚଳର ସେ ଜଣାଶୁଣା ଛେଳିଚାଷୀ। ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି, ଛେଳି ପାଳିବ ତ, ବ୍ୟବସାୟୀକ ଭିତ୍ତିରେ ଛେଳି ପାଳନ କର । ଏଥିରେ ନା ଥାଏ ବଜାର ପାଇବାର ଡର ନା କମ ଦରର ଡର। କେବଳ ଉପଯୁକ୍ତ ସମୟରେ ଟିକାକରଣ, ଖାଦ୍ୟ ପରିଚାଳନା ଓ ଟିକିଏ ଯତ୍ନର ଆବଶ୍ୟକତା ରହିଛି। ଆଖପାଖ ଗାଁ ଲୋକେ ପରମାନନ୍ଦଙ୍କ ସଫଳତା ଦେଖି ନିଜ ଛେଳି ସଂଖ୍ୟା ବଢେଇଲେଣି। ଏ ଅଞ୍ଚଳରକୁ ରେଙ୍ଗାଳି, ତାଳଚେର, ଅନୁଗୋଳରୁ ବ୍ୟବସାୟୀ ଆସି ଛେଳି କିଣି ନେଉଛନ୍ତି। କୌଣସି ସରକାରୀ ଅନୁଦାନ ବିନା ଯେ ଜଣେ ଯୁବକ ଛେଳି ଚାଷ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରିବ ପରାମାନନ୍ଦ ତାର ଉଦାହରଣ। ଚଳିତ ବର୍ଷ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଛି।
ଉପସ୍ଥାପନା: ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri