ପାରଳାଖେମୁଣ୍ଡି,୧୯।୧୧(ଗିରିଧାରୀ ପରିଚ୍ଛା): ଗୁମ୍ମାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ପଞ୍ଚାୟତ ସମିତି ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀ ସହ ଚାଷୀ ବିଶେଷଜ୍ଞମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଡିଓ ଦୁଲେରାମ ମାର୍ଣ୍ଡି ସଭାତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଏମ୍ପି ପ୍ରତିନିଧି ଏସ. ଶେଷଗିରି, ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଜିଲା ପରିଷଦ ସଦସ୍ୟା ରେଣୁକା ପାତ୍ର, ସନ୍ଧ୍ୟା ଶବର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ତୁଷାରେନ୍ଦୁ ନାୟକ, ଜିଲା ମତ୍ସ୍ୟ ଅଧିକାରୀ ନିରୋଦ ଚନ୍ଦ୍ର ନାୟକ, ତହସିଲଦାର ଶରତ ଶବର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ପାର୍ଥ ପ୍ରତୀମ ପଣ୍ଡା, ଆକାଶ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ସଫଳ ମତ୍ସ୍ୟ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା।


