ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଫଳ ଚାଷୀ: ଜାଣନ୍ତୁ କାହିଁକି

କେସିଙ୍ଗା,୮।୧୦(ତୁମେଶ୍ୱର ସାହୁ): ଜଳସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ବିଭାଜନ ୬ ଭବାନୀପାଟଣା ପକ୍ଷରୁ କେସିଙ୍ଗା ବ୍ଳକର କାଣ୍ଡେଲଗ୍ରାମସ୍ଥିତ କରନାଲି କାଣ୍ଡେଲ-୨ରେ ସଫଳ ଚାଷୀଙ୍କୁ ଜଳସେଚିତ କରିବା କରିବା ପାଇଁ କେନାଲ କାମ ଇତିମଧ୍ୟରେ ସମ୍ପୁର୍ଣ୍ଣ ହୋଇ ଚାଷୀଙ୍କୁ ଜଳସେଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଯନ୍ତ୍ରୀଙ୍କୁ ଚାଷୀ ବୃନ୍ଦ ଧନ୍ୟବାଦ ଜଣାଇଛନ୍ତି। କାଣ୍ଡେଲ ଗ୍ରାମସ୍ଥିତ ଶିବଶକ୍ତି ପାଣି ପଞ୍ଚାୟତକୁ କେନାଲ କାମ କରିବା ପାଇଁ ଉକ୍ତ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଗତ ଜାନୁଆରୀ, ଫେବୃଆରୀ ମାସରେ କେନାଲ କାମ ଆରମ୍ଭ କରାଯାଇଥିଲା। କାଣ୍ଡେଲ୧-୨ରେ କେନାଲ କାମ ସମ୍ପୂର୍ଣ୍ଣ କରି ପ୍ରାୟ ୫୦ରୁ ଉଦ୍ଧର୍‌ବ ଚାଷୀଙ୍କୁ ଖରିଫ ଓ ରବି ଋ଼ତୁରେ ଚାଷୀଙ୍କୁ ଜଳସେଚିତ କରିଥିବାରୁ ଚାଷୀମାନେ ପ୍ରଚଣ୍ଡ ରୌଦ୍ରତାପକୁ ବେଖାତିର କରି ଧାନ,ଗହମ, ପନିପରିବା ଚାଷ କରିବାରେ ସଫଳ ହେଉ ଥିବାରୁ ବିଭାଗୀୟ ଯନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାଣ୍ଡେଲ-୨ କରନାଲ କେନାଲ କାମରେ ଶିବ ଶକ୍ତି ପାଣି ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇଥିଲା। ସଫଳ ଚାଷୀଙ୍କ ସୁବିଧା ପାଇ ୧୬.୮୦୦ ହେକ୍ଟର ଜମିକୁ ୪ଲକ୍ଷ ୯୯ହଜାର ୮୦୦ଟଙ୍କା ବିନିମୟରେ କେନାଲ କାମ ସମ୍ପୂର୍ଣ୍ଣ କରି୧୪ ଜଣ ଚାଷୀ ଉପକୃତ ହୋଇଛନ୍ତି।

ସେହିପରି କାଣ୍ଡେଲ-୧ ମଧ୍ୟ ସେହିପରି କେନାଲ କାମ କରି ୩୬ଜଣ ସଫଳ ଚାଷୀଙ୍କୁ ଜଳସେଚିତ କରାଯାଇଛି। କାଣ୍ଡେଲ ଗ୍ରାମର ଚାଷୀ ବୃନ୍ଦ ଟାଣ ଖରାରେ ମଧ୍ୟ ଚାଷ କରି ନିଜ ପରିବାର ପୋଷିବାରେ ସମର୍ଥ ହୋଇ ପାରୁଛନ୍ତି। କାଣ୍ଡେଲ ଗ୍ରାମର ଜଣେ ଯୁବ ଚାଷୀ ତଥା ସମାଜସେବୀ ଡ଼.ସଦାନନ୍ଦ ପଟେଲ ୫୦ ହେକ୍ଟରରେ ଚାଷ ଜମିରେ ଧାନଚାଷ, କପା, ମୁଗ, ବିରି, ପନିପରିବା ଚାଷ କରି ଜିଲା ତଥା ରାଜ୍ୟରେ ଜଣେ ଶ୍ରେଷ୍ଠ ଯୁବଚାଷୀ ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାନ୍ୟତା ପାଇଛନ୍ତି।

ସମଗ୍ର କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଜଳସେଚିତ କରିବା ସର୍ଭେ ରିପୋର୍ଟ ମଧ୍ୟ ଜଳସମ୍ପଦ ବିଭାଗକୁ ପଠାଇଥିବାର ମଧ୍ୟ ଜଣାପଡିଛି। ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ର ସେଚାଞ୍ଚଳ ଉନ୍ନୟନ ବିଭାଜନ- ୬ ଭବାନୀପାଟଣାର କନିଷ୍ଠ ଯନ୍ତ୍ରୀ ରୂପାଶୀକ୍ତା ବେହେରାଙ୍କୁ ପଚାରିବାରୁ ସମଗ୍ର କାଣ୍ଡେଲ ଗ୍ରାମ ପଞ୍ଚାୟତର ସମସ୍ତ ସଫଳ ଚାଷୀଙ୍କୁ ଜଳସେଚିତ କରାଯିବା ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ବର୍ତ୍ତମାନ ୭୫% କାମ ସମ୍ପୂର୍ଣ୍ଣ ହୋଇ ବାକି ଥିବା ଅଞ୍ଚଳରେ କେନାଲ କାମ ଚାଲିଛି ବୋଲି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri