ଶିକ୍ଷକତାରୁ ସଫଳ ଆମ୍ବ ଚାଷୀ :ବାର୍ଷିକ ରୋଜଗାର ୫ରୁ ୬ ଲକ୍ଷ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):  ବୃତ୍ତି ଶିକ୍ଷକତା ହେଲେ ନିଶା ଥିଲା ବିଭିନ୍ନ ପ୍ରକାର ଚାଷ। ଶିକ୍ଷକତାରୁ ସେ ପାଲଟିଛନ୍ତି ଜଣେ ସଫଳ ଆମ୍ବଚାଷୀ। ସେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାଏକ (୬୫)। ଏବେ ବିଭିନ୍ନ ପ୍ରକାର ଆମ୍ବଚାଷ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଶିକ୍ଷକତା ସମୟରେ ୨୦୦୦ ମସିହାରେ ସେ ନିଜ ଗ୍ରାମର ୫ ଏକର ଜାଗାରେ ଆମ୍ବ ବଗିଚା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ଉକ୍ତ ବର୍ଷ ସେହି ସ୍ଥାନରେ ସେ ଆମ୍ବ ଚାଷ ଆରମ୍ଭ କରିଥିଲେ। ଏପଟେ ଗଛର ଯତ୍ନ ନେଉଥିବାବେଳେ ଅନ୍ୟପଟେ ସ୍କୁଲ ଯାଇ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଥିଲେ। ୨୦୧୭ ମସିହାରେ ସେ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ। ଏହା ପରେ ସେ ଚାଷ କାମରେ ଲାଗିରହିଲେ। ଆଗରୁ ଯେମିତି ଚାଷ କାମରେ ସମୟ ଦେଉଥିଲେ ଏବେ ମଧ୍ୟ ଚାଷ ତାଙ୍କର ଏକ ମୁଖ୍ୟ କାର୍ଯ୍ୟ ପାଲଟିଛି। ବର୍ତ୍ତମାନ ସେ ୫ ଏକର ଜାଗାରେ ୬୦୦ ଆମ୍ବ ଗଛ ଲଗାଇ ଅଧିକ ରୋଜଗାର କରୁଥିବା କହିଛନ୍ତି। ଏବେ ତାଙ୍କ ବଗିଚାରେ ୧୬ କିସମର ଆମ୍ବ ଗଛ ରହିଛି। ସେଥିମଧ୍ୟରେ ହେମ ସାଗର, ଲେଙ୍ଗଡା, ବମ୍ବେଗ୍ରିନ, କଳାପାହାଡ଼, ସିନ୍ଧୁ, କାବେରୀ, ଚଉସା, ଆମ୍ବରପୁଲି, ଚେରଗୁରେସମ, ବାଇଗଣ ପଲି, ମିଳକ ଓ ରତ୍ନା ଆଦି ପ୍ରଜାତି ଅନ୍ୟତମ। ଆମ୍ବଗଛ ରକ୍ଷଣାବେକ୍ଷଣ ପାଇଁ ପ୍ରତିଦିନ ୬ ଜଣ ଶ୍ରମିକ ନିୟୋଜିତ ହୋଇଥାନ୍ତି। ଏବେ ପ୍ରତ୍ୟେକ ଗଛରେ ଭରପୂର ଆମ୍ବ ଫଳିଛି। ଆଉ ମାସେ ପରେ ଏହା ଅମଳକ୍ଷମ ହେବ। ଅମଳ ଆମ୍ବକୁ ବମ୍ବେ, ରାୟପୁର, ଭିଲାଇ, ବିହାର ଓ ଦିଲ୍ଲୀକୁ ପଠାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ସେ ଏହି ଆମ୍ବ ବିକ୍ରିକରି ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ଆୟ କରୁଥିବା କହିଛନ୍ତି । ଅଞ୍ଚଳରେ ଜଣେ ସଫଳ ଆମ୍ବ ଚାଷୀ ଭାବରେ ସେ ବେଶ ପରିଚିତ। ଆମ୍ବ ସହ ସପୁରୀ ପଣସ, ଜାମ ଓ କଦଳୀ ଚାଷ ମଧ୍ୟ କରିଥାନ୍ତି। ୨୦୦୩ ମସିହାରେ ଶ୍ରେଷ୍ଠ କୃଷକ (ଉଦ୍ୟାନ) ଭାବରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ପ୍ରକାଶ। ଏପରି କି ଆଗୁଆ ଚାଷୀ ଭାବରେ ମଧ୍ୟ ୧୯୭୫ ମସିହାରେ ସେ ପୁରସ୍କୃତ ହୋଇସାରିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେଲେ ସେ ଆହୁରି ଉନ୍ନତ କିସମର ଆମ୍ବ ଚାଷ କରି ଅଧିକ ଲୋକଙ୍କୁ ରୋଜଗାର ଦେଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri