ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ ହୋଇଛନ୍ତି। ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଭାଗୀରଥି କୋଭିଡ୍‌-୧୯ ମହାମାରୀ ସମୟରେ ନିଜର ବୃତ୍ତି ଛାଡ଼ି ଏହି ଚାଷକୁ ଆପଣାଇଥିଲେ।
କୋଭିଡି ସମୟରେ ଜୀବନଜୀବିକାର ପରିଭାଷା ବଦଳି ଯାଇଥିବାବେଳେ ସେ ଚାଷକୁ ଏକ ନୂଆରୂପ ଦେବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ନିଜ ପରିବାରର ପ୍ରାୟ ୬ ଏକର ଜମିରେ ଭାଗୀରଥି ପୂର୍ବରୁ ଧାନ, ଚିନାବାଦାମ, ପୋଟଳ ଏବଂ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ପ୍ରାୟ ୩ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ପାରମ୍ପରିକ ଚାଷରୁ ବାହାରି କିଛି ନୂଆ ଓ ଅଧିକ ଲାଭଦାୟକ ସୁଯୋଗ ସନ୍ଧାନରେ ସେ ସବୁବେଳେ ରହୁଥିଲେ। ଏହି ସମୟରେ ଉଦ୍ୟାନ କୃଷି ବିଭାଗ ଏବଂ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ(ଟିଏସ୍‌ଏଫ୍‌) ମିଳିତ ସହଯୋଗରେ ସେ ଆଧୁନିକ କୃଷି ପ୍ରଣାଳୀ ସହ ପରିଚିତ ହୋଇଥିଲେ। ସେମାନଙ୍କ ମାର୍ଗଦର୍ଶନରେ ସେ ଅଞ୍ଚଳ ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଷ୍ଟ୍ରବେରି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୪୮ ଡେସିମିଲ ଜମିରେ ଭାଗୀରଥି ପ୍ରାୟ ୧୦,୦୦୦ ଷ୍ଟ୍ରବେରି ଚାରାରୋପଣ କରିଥିଲେ। ଟାଟା ଷ୍ଟିଲ ଫାଉଣ୍ଡେଶନ ଏବଂ ସରକାରଙ୍କ ପକ୍ଷରୁ ତାଙ୍କୁ ଚାରା, ମଲ୍ଚିଂ ସିଟ ଏବଂ ଟ୍ରେଲିସ ନେଟ ପରି ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ଏନେଇ ଭାଗୀରଥି କହିଛନ୍ତି, ସେ ସବୁବେଳେ ଚାଷରେ କିଛି ନୂଆ ପ୍ରୟୋଗ କରିବାକୁ ଚାହୁଁଥିଲେ। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ଏବଂ ଉଦ୍ୟାନ କୃଷି ବିଭାଗର ସହାୟତା ତାଙ୍କୁ ଏହି ପଦକ୍ଷେପ ନେବା ପାଇଁ ଆତ୍ମବିଶ୍ୱାସ ଦେଇଥିଲା। ଏହି ଚାଷରେ ଲାଭର ପରିମାଣ ବେଶ ଉତ୍ସାହଜନକ ରହିଛି। ୪୭ ହଜାର ଟଙ୍କା ନିବେଶ କରି ସେ ମାତ୍ର ଅଳ୍ପ ଦିନରେ ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି। ଚଳିତ ଅମଳ ଋତୁ ଶେଷ ସୁଦ୍ଧା ମୋଟ ୨.୫ ଲକ୍ଷରୁ ଅଧିକ ଟଙ୍କା ଲାଭ ପାଇବେ ବୋଲି ଆଶା ରଖିଛନ୍ତି। ବର୍ତ୍ତମାନ ସେ ଡୁବୁରି ଏବଂ ଦାନଗଦି ଭଳି ସ୍ଥାନୀୟ ବଜାରରେ କିଲୋଗ୍ରାମ ପ୍ରତି ୨୫୦ ଟଙ୍କାରେ ଷ୍ଟ୍ରବେରି ବିକ୍ରି କରୁଥିବାବେଳେ ମାସିକ ଆୟ ପ୍ରାୟ ୯୫ ହଜାର ଟଙ୍କା ଆୟ କରୁଛନ୍ତି। ତାଙ୍କର ଏହି ସଫଳତା ଏବେ ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ସାଜିଛି। ଟାଟାଷ୍ଟିଲ ଫାଉଣ୍ଡେଶନ ଦ୍ୱାରା ସହାୟତାପ୍ରାପ୍ତ ‘ମହାବୀର କୃଷକ ସଂଘ’ ମାଧ୍ୟମରେ ସେ ଏବେ ଅନ୍ୟ ଚାଷୀଙ୍କୁ ମଧ୍ୟ ଅଭିନବ ଚାଷ ଓ ଆଧୁନିକ ଜ୍ଞାନକୌଶଳ ଆପଣାଇବା ପାଇଁ ପ୍ରେରଣା ଦେଉଛନ୍ତି। ଏ ସମ୍ପର୍କରେ ଟାଟା ଷ୍ଟିଲ ଫାଉଣ୍ଡେଶନର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ କହିଛନ୍ତି, ଆମେ ଏଭଳି ଉଚ୍ଚ ମୂଲ୍ୟଯୁକ୍ତ ଚାଷକୁ ପ୍ରୋତ୍ସାହିତ କରୁଛୁ, ଯାହା ଚାଷୀଙ୍କ ଆୟ ବଢ଼ାଇବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବ। ଆମେ ଶିଳ୍ପ ଏବଂ କୃଷି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି ବିକାଶ କରିବାକୁ ଲକ୍ଷ୍ୟ ରଖିଛୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri