Categories: ରାଜ୍ୟ

୧୦ ବର୍ଷ ଶିଶୁର ସଫଳ ଚକ୍ଷୁ ଅସ୍ତ୍ରୋପଚାର

ବାଲେଶ୍ୱର ଅଫିସ, ୨।୪-ବାଲେଶ୍ୱର ଏଡିଏମ୍‌ ଛକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ ପ୍ରଥମଥର ପାଇଁ ଏକ ୧୦ବର୍ଷ ଶିଶୁର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ଡା. ସମବେଶ ସ୍ବାଇଁଙ୍କ ଦ୍ୱାରା କରାଯାଇଛି।

ସହରସ୍ଥିତ ମେଣ୍ଢାଶୁଳ ଅଞ୍ଚଳର ଚନ୍ଦନ ମୁର୍ମୁ (୧୦) ଖେଳିବା ବେଳେ ଆଖିରେ ମାଡ଼ ହୋଇ ଆଜକୁ ୭ମାସ ହେଲା ଦେଖିପାରୁ ନଥିଲା। ପ୍ରଥମେ ରୋଟାରୀ ଚକ୍ଷୁ ଚିକିତ୍ସାଳୟର କର୍ମକର୍ତ୍ତାଙ୍କ ନଜରରେ ଆସିବାରୁ ସେମାନେ ଡାକ୍ତରଙ୍କ ସହିତ ବହୁ ବିଚାର ବିମର୍ଷ କରି ଉକ୍ତ ପିଲାଟିର ଅସ୍ତ୍ରୋପଚାର କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ। ଶେଷରେ ଏହା ସଫଳ ହୋଇଛି।