ଇଚ୍ଛାଶକ୍ତିରୁ ସଫଳ ବ୍ୟବସାୟୀ

ପିଲାଟି ଦିନରୁ ଶାନ୍ତ ସରଳ ସ୍ବଭାବର ମେଧାବୀ ଛାତ୍ର ଜଣକ ସମୟକ୍ରମେ ସୁନ୍ଦରଗଡ଼ ଜିଲାର ବଣାଇରୁ ଉଚ୍ଚ ଶିକ୍ଷା ଶେଷକରି ଭୁବନେଶ୍ୱରର କୃଷି ମହାବିଦ୍ୟାଳୟ ବା ଓୟୁଏଟିରେ ଉଚ୍ଚତର ଶିକ୍ଷା ସମାପ୍ତକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ ମଧ୍ୟ ମନରେ ଥିଲା କିଛି ସ୍ବତନ୍ତ୍ର କାର୍ଯ୍ୟ ଓ ଅନ୍ୟମାନଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ନିଯୁକ୍ତି ଯୋଗାଇବା ସହ ସମାଜ ପାଇଁ କିଛି କରିବାର ଇଚ୍ଛା ଏବଂ ଅଭିଳାଷରୁ ଏସ୍‌ପିପିଏଲ୍‌ର ଅୟମାରମ୍ଭ ହୋଇଥିଲା। ଦୀର୍ଘ ୧୦ବର୍ଷ ମଧ୍ୟରେ ଅନେକ ସଫଳତା ଓ ସମ୍ମାନ ପାଇଥିବା ଷ୍ଟଲ୍‌ଓ୍ବାର୍ଟ ପ୍ରୋଜେକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌(ଏସ୍‌ପିପିଏଲ୍‌)ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କ ସହ ଧରିତ୍ରୀର ବିଶେଷ ଆଳାପ..

ପ୍ର-ଓଡ଼ିଶା ବଜାରରେ ହାଉସିଂ ପ୍ରକଳ୍ପର ଚାହିଦା କିଭଳି ରହିଛି?
ଉ- ଓଡ଼ିଶା ବଜାରରେ ବିଭିନ୍ନ ବର୍ଗର ହାଉସିଂ ପ୍ରକଳ୍ପର ବ୍ୟାପକ ଚାହିଦା ରହିଛି। ବିଶେଷକରି ସ୍ବତନ୍ତ୍ର ଗୃହ ( ଡ୍ୟୁପ୍ଲେକ୍ସ) ଏବଂ ବିଳାସମୟ (ମଲ୍ଟି ଫାସିଲିଟି) ଆପାର୍ଟମେଣ୍ଟର ଚାହିଦା ଓ ଆବଶ୍ୟକତା ଅନ୍ୟ ପ୍ରକଳ୍ପ ଅପେକ୍ଷା ସର୍ବାଧିକ ରହିଛି।
ପ୍ର- ଗୃହ ନିର୍ମାଣକାରୀଙ୍କ ପାଇଁ ରେରା ନିୟମାବଳୀ କିଭଳି ଗୁରୁତ୍ୱ ବହନ କରୁଛି?
ଉ- ବର୍ତ୍ତମାନ ସମୟରେ ଗ୍ରାହକ ଗୃହ ନିର୍ମାଣକାରୀଙ୍କ ନିକଟରେ ନିଜର ହକ୍‌ ଦର୍ଶାଇ ପାରୁଛି। କାରଣ ସେମାନଙ୍କ ପାଇଁ ସରକାରଙ୍କ ନୀତି ନିୟମ ଓ ଆଇନ ସାଙ୍ଗକୁ ନିୟାମକ ବା ରେରା ଏକ ମାଧ୍ୟମ ପାଲଟିଛି। ପୂର୍ବରୁ ରେରା କିମ୍ବା ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପରି ସଜାଗ ନ ଥିବାରୁ ଗୃହ ନିର୍ମାଣକାରୀମାନେ ମନମୁଖି କାର୍ଯ୍ୟ କରୁଥିଲେ। ଫଳରେ ଗ୍ରାହକ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ ବର୍ତ୍ତମାନ ସରକାର ଓ ରେରା ନିୟମାବଳୀ ଅନୁଯାୟୀ ସବୁ କାର୍ଯ୍ୟ କରାଯାଉଥିବାରୁ ଶିଳ୍ପରେ ସ୍ବଚ୍ଛତା ଏବଂ ଗ୍ରାହକଙ୍କ ମନରେ ଭୟ ଦୂର ସହ ବିଶ୍ୱାସଭାବ ସୃଷ୍ଟି ହୋଇଛି।
ପ୍ର- କେଉଁ ବର୍ଗର ଲୋକ (ଗ୍ରାହକ) ଘର କିଣିବାକୁ ପସନ୍ଦ କରିଥାନ୍ତି?
ଉ- ସମାଜରେ ରହିବା ପାଇଁ ସବୁ ବର୍ଗର ଲୋକଙ୍କୁ ଘରଟିଏ ଆବଶ୍ୟକ ଥିବାବେଳେ ସହରରେ ରହିବା ପାଇଁ ସକ୍ଷମ ଗ୍ରାହକଙ୍କ ମନରେ ଏହା ଏକ ସ୍ବପ୍ନ ହୋଇଥାଏ। ହେଲେ ସକ୍ଷମ ମଧ୍ୟରେ ଗ୍ରାହକ ତା’ର ସୁବିଧା ଓ ଆବଶ୍ୟକ ଅନୁଯାୟୀ ଘର କିଣିଥାଏ। ସହରରେ ଘର କିଣିବାକୁ ବିଶେଷ ବୃତ୍ତିଧାରୀ (ଡାକ୍ତର,ଆଇନଜୀବୀ,ସିଏ,ସିଏସ୍‌,ଶିକ୍ଷକ,ଆଇଟି ପ୍ରେଫଶନାଲ,ଇଞ୍ଜିନିୟର ପ୍ରମୁଖ) ସକ୍ଷମ ଗ୍ରାହକ ସହିତ ସରକାରୀ ଚାକିରିଆ ଏବଂ ବ୍ୟବସାୟୀମାନେ ସେମାନଙ୍କର ପୁଞ୍ଜି ଓ ଚାହିଦା ସହ ବିଳାସପୂର୍ଣ୍ଣକୁ ଗୁରୁତ୍ୱ ଦେଇଥାନ୍ତି।
ପ୍ର- ଟିକସ ଓ ପଞ୍ଜୀକରଣ ମଧ୍ୟରେ ପ୍ରକଳ୍ପର ପରିକଳ୍ପନା କିପରି କରିଥାନ୍ତି?
ଉ- ବର୍ତ୍ତମାନ ସମୟରେ ଗୋଟିଏ ପ୍ରକଳ୍ପ କରିବା ଏବଂ ପ୍ରକଳ୍ପର ଶେଷ ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ହିସାବପତ୍ର ସହିତ ସରକାରୀ ଖର୍ଚ୍ଚ ଆଦିର ହିସାବକୁ ନଜରରେ ରଖି ନୂତନ ପ୍ରକଳ୍ପ କରିବାକୁ ପଡ଼ିଥାଏ। ଗୋଟିଏ ପଟରେ ଗ୍ରାହକଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖିବାକୁ ଗଲାବେଳେ ଅପରପକ୍ଷରେ ସରକାରୀ ଓ ନିୟାମକଙ୍କ ନୀତିନିୟମ ଓ ଟିକସକୁ ମଧ୍ୟ ହିସାବକୁ ନେବାକୁ ପଡିଥାଏ। ପରିଶେଷର ପ୍ରକଳ୍ପ କରିବା ଓ କାରବାରକୁ ମଧ୍ୟ ଆଖିଆଗରେ ରଖିବାକୁ ପଡ଼ିଥାଏ।
ପ୍ର-ରାଜ୍ୟ ସରକାରଙ୍କ ନୂଆ ପଞ୍ଜୀକରଣ ନିୟମାବଳୀକୁ କିଭଳି ଦେଖୁଛନ୍ତି?
ଉ- ଗତ କିଛି ବର୍ଷ ହେବ ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କିଛି ସରକାରୀ କଟକଣା ଓ ନିୟମାବଳୀ ସବୁ ପକ୍ଷଙ୍କ ପାଇଁ ବାଧକ ସାଜୁଥିଲା। ହେଲେ ବର୍ତ୍ତମାନ ସମୟରେ ସବୁ ପକ୍ଷଙ୍କ ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପରେ ସରକାର ଏକ ଉତ୍ତମ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ସବୁ ପକ୍ଷ ଖୁସି ଥିବାବେଳେ କାରବାର ଓ ମାଲିକାନା ଆଦିରେ କୌଣସି ସମସ୍ୟା ରହିବ ନାହିଁ।
ପ୍ର- ଦରଦାମ ବୃଦ୍ଧିର ପ୍ରଭାବ ବ୍ୟବସାୟକୁ କିଭଳି ପ୍ରଭାବିତ କରୁଛି?
ଉ- ବର୍ତ୍ତମାନ ସମୟରେ ଦରବୃଦ୍ଧି ଓ ବଜାର ଦର ହାଉସିଂ ପ୍ରକଳ୍ପ ପାଇଁ ଏକ ବଡ ସମସ୍ୟା ପାଲଟିଛି। କାରଣ ହାଉସିଂ ପ୍ରକଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଏବଂ ମାନବ ସମ୍ବଳ ସହିତ ସରକାରୀ ଟିକସ ଗତ କିଛି ବର୍ଷ ମଧ୍ୟରେ ୫% ଅଧିକ ବୃଦ୍ଧି ପାଇଥିଲାବେଳେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ଦର ଜମିର ମାଲିକାନା ସ୍ବତ୍ୱ ଥିବା ମାଲିକଙ୍କଠାରୁ ଉଚ୍ଚ ଦରରେ କ୍ରୟ କରିବାକୁ ପଡୁଛି।
ପ୍ର- ଆଶାୟୀ ଉଦ୍ୟୋଗୀଙ୍କୁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉ- ଘରୋଇ ବଜାରରେ ଗୃହ ନିର୍ମାଣ ଏକ ପ୍ରମୁଖ କ୍ଷେତ୍ର ହୋଇଥିଲାବେଳେ ଉତ୍ସାହୀ ଓ ଆଶାୟୀ ଯୁବବର୍ଗ ଏ କ୍ଷେତ୍ରରେ ସେମାନଙ୍କର ଯୋଗଦାନ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦେଖିବା ସହିତ ସହନଶୀଳତା, ବିଶ୍ୱାସ, ଭରସା ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି।
ପ୍ର- ଆଗାମୀ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ କ’ଣ କହିବେ?
ଉ- ବ୍ୟବସାୟର ଅଭିବୃଦ୍ଧି ଓ କାରବାର ପାଇଁ ଆଗାମୀ ଯୋଜନା ବା ନୂତନ ପ୍ରକଳ୍ପର ଆବଶ୍ୟକତା ରହିଛି। ସେହି ଅନୁସାରେ କମ୍ପାନୀ ଆଗାମୀ ଦିନରେ ଅନେକ ହାଉସିଂ ପ୍ରକଳ୍ପ ସହ ଏକ ସ୍ବତନ୍ତ୍ର ପ୍ରକଳ୍ପ ଭୁବନେଶ୍ୱରର ଗଙ୍ଗପଡ଼ାଠାରେ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ମାନର ଗୃହ ପ୍ରକଳ୍ପ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri