Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୧୦।୪ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସଫଳତା ମିଳିଛି। ଶ୍ରୀନଗରରେ ରବିବାର ୨ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ଦୁଇ ଆତଙ୍କବାଦୀ ଏପ୍ରିଲ୍‌ ୪ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା କଶ୍ମୀର ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Share