Posted inଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଜୈଶ୍‌ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ, ୧।୯ : ଜମ୍ମୁ- କଶ୍ମୀରର ବାରମୁଳା ଜିଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ରାତାରାତି ଏନକାଉଣ୍ଟରରେ ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ପୋଲିସ ଏହି ସୂଚନା ଦେଇଛି। ବୁଧବାର ରାତିରେ ସୁରକ୍ଷା ବାହିନୀ କର୍ଡନ ଏବଂ ସର୍ଚ୍ଚ ଅପରେଶନ ଆରମ୍ଭ କରିବା ପରେ ସୋପୋର ସହରର ବୋମାଇ ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଏହି ଅପରେଶନରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିବା ସେ କହିଛନ୍ତି। ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।

କଶ୍ମୀରର ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ (ଏଡିଜିପି) ବିଜୟ କୁମାର ଟୁଇଟ କରି କହିଛନ୍ତି ଯେ ଜୈଶ ଆତଙ୍କବାଦୀମାନେ ସୋପୋରର ମହମ୍ମଦ ରଫି ଏବଂ ପୁଲୱାମାର କେସର ଆଶରଫ ବୋଲି ଜଣାପଡିଛି। ଆତଙ୍କବାଦୀ ରଫିଙ୍କୁ ପୂର୍ବରୁ ପିଏସ୍‌ଏ ଅନ୍ତର୍ଗତ ଦୁଇଥର ବୁକ କରାଯାଇଥିଲା। ଉଭୟ ବହୁ ଆତଙ୍କବାଦୀ ଅପରାଧରେ ସମ୍ପୃକ୍ତ ଥିଲେ। ସୂଚନା ଅନୁଯାୟୀ, ସେମାନେ ସୋପୋର ଅଞ୍ଚଳରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।

ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦ ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ବିଜୟ କୁମାର ଦେଇଥିବା ବିବୃତ୍ତି ଅନୁଯାୟୀ ଗତ ଅଢ଼େଇ ବର୍ଷ ମଧ୍ୟରେ ଶୋପିଆନରେ କେବଳ ୧୫୦ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ତାଙ୍କ କହିବାନୁସାରେ, ବର୍ତ୍ତମାନ କେବଳ ଅଳ୍ପ ସଂଖ୍ୟକ ଆତଙ୍କବାଦୀ ରହିଛନ୍ତି।

ଏଥି ସହିତ ଉପତ୍ୟକାରେ ଶାନ୍ତି ପାଇଁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଉପରାଜ୍ୟପାଳଙ୍କ ସମେତ ବହୁ ବଡ ଅଧିକାରୀଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ବୈଠକ କରିଥିଲେ। ଏହି ବୈଠକରେ ଅମିତ ଶାହା ଆତଙ୍କବାଦୀଙ୍କୁ ହଟାଇବା ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri