ମାଈ ବାଛୁରୀ ସଂଖ୍ୟା ବୃଦ୍ଧିରେ ମୟୂରଭଞ୍ଜକୁ ସଫଳତା

ବାରିପଦା ଅଫିସ,୧୩ା୧୦: ଓଡ଼ିଶାରେ ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ଯୋଜନାରେ ମୟୂରଭଞ୍ଜ ଜିଲାକୁ ଶତ ପ୍ରତିଶତଠାରୁ ଅଧିକ ସଫଳତା ମିଳିଛି। ପ୍ରାଣୀଧନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ଲୋକନାଥ ବେହେରା ଓ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପ୍ରାଣୀଧନ ଚିକିତ୍ସାଧିକାରୀ ଟିମ୍‌ ଦୁଇ ଦିନିଆ ଜିଲା ଗସ୍ତରେ ଆସି ଗାଈମାନଙ୍କ ଗର୍ଭ ପରୀକ୍ଷା ପରେ ଏହି ସୂଚନା ଦେଇଛନ୍ତି।

ଦୁଗ୍ଧ ବୃଦ୍ଧି ପାଇଁ ମାଈ ବାଛୁରୀଙ୍କ ସଂଖ୍ୟା ବୃଦ୍ଧି ଜରୁରୀ। ତେବେ ରାଜ୍ୟରେ ମାଈ ବାଛୁରୀଙ୍କ ସଂଖ୍ୟା କମି ଯାଉଥିବାବେଳେ ସରକାର ସେମାନଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ପ୍ରାଣୀଧନ ବିଭାଗର ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କୃତିମ ପ୍ରଜନନ ଦ୍ୱାରା ୨୦୦୦ ଉନ୍ନତ ମାଈ ବାଛୁରୀ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୟୂରଭଞ୍ଜ ଜିଲାକୁ ସର୍ବାଧିକ ୭୦୦ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିଲା। ଜିଲାର ବେତନଟୀ, ବଡ଼ସାହି, ବାରିପଦା ଓ ଖୁଣ୍ଟା ବ୍ଲକରେ ପ୍ରଜନନରେ ସାମିଲ ଥିବା ଗାଈମାନଙ୍କର ଗର୍ଭ ପରୀକ୍ଷା ପରେ ୭୦୨ଟି ସଫଳ ହୋଇଥିବା ଜଣାପଡ଼ିଛି ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ପ୍ରଭାକର ସାହୁ ଓ ଏଡିଭିଓ ଡା. ତରୁଣ କୁମାର ମଲ୍ଲିକ ଓମ୍ବାଡସି ଯୋଜନାରେ ମାଗଣାରେ ଏହି କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଜିଲାର ସମସ୍ତ ପ୍ରାଣୀଧନ ଚିକିତ୍ସକ, ନୀରିକ୍ଷକ ଓ କର୍ମଚାରୀଙ୍କ ସହଯୋଗରେ ସମ୍ପାଦିତ କରାଇଥିଲେ। ଫଳରେ ଆଗାମୀ ଦିନରେ ଜିଲାରେ ଗାଈ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୁଗ୍ଧ ଉପତ୍ାଦନ ମଧ୍ୟ ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଯାଞ୍ଚକାରୀ ଟିମ୍‌ରେ ୫ଜଣ ଚିକିତ୍ସାଧିକାରୀ ରହିଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ଡା. ନୃସିଂହ ଚରଣ ମିଶ୍ର, ଡା. ବିଶ୍ୱଜିତ ରାଉତ, ଡା. ସୁବ୍ରତ ସାହୁ, ଜିଲାର ଉଚ୍ଚ ପଦାଧିକାରୀ ଓ ଚିକିତ୍ସାଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri