Categories: ଜାତୀୟ

ଏଟିଏସ୍‌କୁ ସଫଳତା ପୁଣି ଜଣେ ଆତଙ୍କବାଦୀ ଗିରଫ…

ଲକ୍ଷ୍ନୌ, ୧୪।୮ : ଉତ୍ତରପ୍ରଦେଶ ଏଟିଏସକୁ ଏକ ବଡ ସଫଳତା ମିଳିଛି। ସାହାରନପୁରରୁ ଗିରଫ ହୋଇଥିବା ନଦିମଙ୍କ ଆତଙ୍କବାଦୀ ଯୋଗାଯୋଗରେ ଥିବା ଜୈଶ-ଇ-ମହମ୍ମଦ ସହ ଜଡିତ ଅନ୍ୟ ଜଣେ ଆତଙ୍କବାଦୀ ସଇଫୁଲ୍ଲାଙ୍କୁ କାନପୁରରୁ ଗିରଫ କରାଯାଇଛି। ତାଙ୍କର ଛଦ୍ମନାମ ହବିବ ଉଲ ଇସଲାମ ବୋଲି ଏଟିଏସ୍‌ କହିଛି।

ସେ ଆଇଇଡି ତିଆରି କରିବାରେ ଜଣେ ବିଶେଷଜ୍ଞ ଏବଂ ସେ ନଦିମଙ୍କ ସମେତ ଅନେକ ପାକିସ୍ତାନୀ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ପ୍ରାୟ ୫୦ଟି ଭର୍ଚୁଆଲ ଆଇଇଡି ପ୍ରସ୍ତୁତ କରି ଦେଇଥିବା କୁହାଯାଉଛି। ଟେଲିଗ୍ରାମ,ହ୍ବାଟସ ଆପ ଏବଂ ଫେସବୁକ ମେସେଞ୍ଜର ଇତ୍ୟାଦି ସୋସିଆଲ ମିଡିଆ ମାଧ୍ୟମ ମାଧ୍ୟମରେ ପାକିସ୍ତନ ଏବଂ ଆଫଗାନିସ୍ତାନରେ ଥିବା ଅନେକ ହ୍ୟାଣ୍ଡେଲର୍ଙ୍କ ସହ ହବିବ ଉଲ ଯୋଗାଯୋଗରେ ଥିବା ଏଟିଏସ ପକ୍ଷରୁ କୁହାଯାଇଛି।

ସ୍ବାଧୀନତା ଦିବସ ପୂର୍ବରୁ ସାହାରନପୁରର ଗିରଫ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିବା ମହମ୍ମଦ ନଦିମଙ୍କର ସମ୍ପୂର୍ଣ୍ଣ ନେଟୱାର୍କକୁ ଏଟିଏସ ନଷ୍ଟ କରିବାକୁ ଚାହୁଁଛି। ନଦିମଙ୍କ ସହଯୋଗୀଙ୍କୁ ଖୋଜୁଥିବା ଏଟିଏସକୁ କାନପୁରରେ ଆଉ ଏକ ସଫଳତା ମିଳିଛି। ଏହାପୂର୍ବରୁ ଏଟିଏସ ଆଜମଗଡରୁ ସବାଉଦ୍ଦିନ ଆଜମିଙ୍କୁ ଗିରଫ କରିଥିଲା।

ସାହାରନପୁରରୁ ଗିରଫ ନଦିମ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। ନଦିମଙ୍କ ନେଟୱାର୍କରେ ସଇଫୁଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ନଦିମ ବିଭିନ୍ନ ଅନଲାଇନ ପ୍ଲାଟଫର୍ମ ସହିତ ଜଡିତ ଥିଲେ। ଯାହାଫଳରେ ସେ ଆତଙ୍କବାଦୀ ଘଟଣା ଘଟାଇ ପାରିବେ। ୨୦୧୮ରେ ଅନଲାଇନ ପ୍ଲାଟଫର୍ମରେ ନଦିମ ପାକିସ୍ତାନୀ ଆତଙ୍କବାଦୀ ହକିମୁଲ୍ଲାଙ୍କ ସହ ପରିଚିତ ହୋଇଥିଲେ। ହକିମୁଲ୍ଲା ହିଁ ନଦିମଙ୍କୁ ସଇଫୁଲ୍ଲା ସହିତ ପରିଚିତ କରାଇଥିଲେ। ଏହା ପରେ ସଇଫୁଲ୍ଲା ତାଙ୍କୁ ପାକିସ୍ତାନ, ବାଂଲାଦେଶ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଅବସ୍ଥିତ ଆତଙ୍କବାଦୀ ସଂଗଠନ ସହିତ ପରିଚିତ କରାଇଥିଲେ।

ନଦିମଙ୍କ ନକଲି ଜି-ମେଲ ଆଇଡି, ଭର୍ଚୁଆଲ ଆଇଡି ଏବଂ ଟେଲିଗ୍ରାମ ଆଇଡି ପାକିସ୍ତାନକୁ ପଠାଯାଇଥିଲା। ନାଦିମଙ୍କୁ ଲୋନ୍‌ ଓ୍ବଲଫ୍‌ ଆକ୍ରମଣ କରିବା ପାଇଁ ମଧ୍ୟ ତାଲିମ ଦିଆଯାଇଥିଲା। ଏଥି ସହିତ କିଛି ଟାର୍ଗେଟ ମଧ୍ୟ ନଦିମଙ୍କ ରଖାଯାଇଥିଲା ବୋଲି ଏଟିଏସ ପକ୍ଷରୁ କୁହାଯାଇଛି।

Share