ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ମହାନ ମହାକାବ୍ୟର ଗଭୀର ଜ୍ଞାନ ବାସିତ ଏବଂ ଜବୀରଙ୍କୁ ବିଜୟୀ ହେବାକୁ ସାହାଯ୍ୟ କରିଛି। ଅଗ୍ରଣୀ ପ୍ରକାଶକ କମ୍ପାନୀ ଡିସି ବୁକ ଦ୍ୱାରା ଏହି ପ୍ରତିଯୋଗିତା ଅନଲାଇନରେ ଆୟୋଜିତ ହୋଇଥିଲା।

ଉଭୟ ଉତ୍ତର କେରଳ ଜିଲାର ଓ୍ବଲାନଚେରୀର କେକେଏସଏମ ଇସଲାମିକ ଆଣ୍ଡ ଆର୍ଟସ କଲେଜର ଛାତ୍ର। ସେମାନେ କହିଛନ୍ତି ଯେ ସେମାନେ ପିଲାଦିନରୁ ମହାକାବ୍ୟ ବିଷୟରେ ଜାଣିଛନ୍ତି। ସେ ଓ୍ବାଫି ପାଠ୍ୟକ୍ରମରେ ଯୋଗଦେବା ପରେ ରାମାୟଣ ଏବଂ ହିନ୍ଦୁ ଧର୍ମ ବିଷୟରେ ଗଭୀର ଭାବରେ ପଢ଼ିବା ଏବଂ ଶିଖିବା ଆରମ୍ଭ କରିଥିଲେ।

ଏହି ପାଠ୍ୟକ୍ରମରେ ସମସ୍ତ ପ୍ରମୁଖ ଧର୍ମ ବିଷୟରେ ଶିକ୍ଷାଦାନ କରାଯାଇଥାଏ। ଜବୀର କହିଛନ୍ତି, ସମସ୍ତେ ଭାରତୀୟ ରାମାୟଣ ଏବଂ ମହାଭାରତର ପଢ଼ିବା ସହିତ ଏଥିରୁ ଶିକ୍ଷା ଲାଭ କରିବା ଉଚିତ। କାରଣ ଏସବୁ ମହାକାବ୍ୟ ଦେଶର ସଂସ୍କୃତି, ପରମ୍ପରା ଏବଂ ଇତିହାସର ଅଂଶ ବିଶେଷ। ମୁଁ ବିଶ୍ୱାସ କରେ ଯେ ଏହି ଲେଖାଗୁଡ଼ିକୁ ଶିଖିବା ଏବଂ ବୁଝିବା ଆମର ଦାୟିତ୍ୱ। ପିତା ଦଶରଥଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଶ୍ରୀରାମଙ୍କୁ ତାଙ୍କ ରାଜ୍ୟକୁ ତ୍ୟାଗ କରିବାକୁ ପଡିଲା।

ଶକ୍ତି ପାଇଁ ଅସୀମ ସଂଘର୍ଷ ସମୟରେ ବଞ୍ଚିବା ଲାଗି ଆମକୁ ଶ୍ରୀରାମଙ୍କ ଠାରୁ ଏବଂ ରାମାୟଣ ପରି ମହାକାବ୍ୟରୁ ପ୍ରେରଣା ନେବା ଆବଶ୍ୟକ। ବାସିତ କହିଛନ୍ତି ଯେ କୌଣସି ଧର୍ମ ଘୃଣାକୁ ପ୍ରୋତ୍ସାହିତ କରେ ନାହିଁ, କେବଳ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରଚାର କରେ।

ସେ କହିଛନ୍ତି ଯେ କୁଇଜ ଜିତିବା ତାଙ୍କୁ ମହାକାବ୍ୟକୁ ଅଧିକ ଗଭୀର ଭାବରେ ଶିଖିବାକୁ ପ୍ରେରଣା ଦେଇଛି। ବାସିତଙ୍କର ପ୍ରିୟ ହେଉଛି ଅଯୋଧ୍ୟାକଣ୍ଡର ଚୌପାଇ । ଏଥିରେ ଲକ୍ଷ୍ମଣଙ୍କ କ୍ରୋଧ ଏବଂ ଭଗବାନ ଶ୍ରୀରାମ ତାଙ୍କ ଭାଇଙ୍କୁ ଦିଆଯାଉଥିବା ସାନ୍ତ୍ୱନା ବର୍ଣ୍ଣନା କରାଯାଇଛି। ଏଥିରେ ପ୍ରଭୁ ଶ୍ରୀରାମ ସାମ୍ରାଜ୍ୟ ଏବଂ ଶକ୍ତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ବୋଲି ବାସିତ କହିଛନ୍ତି।

Share