ଧୈର୍ଯ୍ୟ ସହ ପରୀକ୍ଷାକୁ ବୁଝିନେଲେ ସଫଳତା ନିଶ୍ଚିତ: ଶୁଭାଙ୍ଗୀ

ଭଦ୍ରକ ଅଫିସ/ସ୍ବ.ପ୍ର., ୨୪।୫: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୪୮ ର଼୍ୟାଙ୍କ୍‌ରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲାର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ(୨୬)। ଭଦ୍ରକ ବଙ୍କସାହିର ସାଇବର ଦୋକାନୀ ସତ୍ୟନାରାୟଣ ଖୁଣ୍ଟିଆ ଓ ସବିତା ଖୁଣ୍ଟିଆଙ୍କ ଝିଅ ଶୁଭାଙ୍ଗୀ। ସେ ପୂର୍ବରୁ ୯୭ ର଼୍ୟାଙ୍କ ରଖି ଓଏଏସ୍‌ ପାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଥିବା ସହ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ୨୦୨୨ରେ ଆଇଏଏସ୍‌ ପରୀକ୍ଷା ଦେଇଥିଲେ। ମଙ୍ଗଳବାର ଅପରାହ୍ନରେ ତାଙ୍କ ସାଙ୍ଗ ପାଖରୁ ଆଇଏଏସ୍‌ରେ ୨୪୮ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ଫୋନ କଲ୍‌ ପାଇବା ପରେ ବିଶ୍ୱାସ କରି ନ ପାରି ନିଜେ ରୋଲ୍‌ ନମ୍ବରକୁ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ୪ଥର ମିଳାଇବା ପରେ ସେ ନିଶ୍ଚିତ ହୋଇଥିଲେ ବୋଲି କହିଛନ୍ତି। ସୁଯୋଗ ମିଳିଲେ ଜଣେ ଭଲ ସିଭିଲ ସର୍ଭାଣ୍ଟ ଭାବେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଗ୍ରାଜୁଏଶନ ପରେ ପ୍ରଥମ ଥର ୨୦୧୯ରେ ସେ ଆଇଏଏସ୍‌ ପରୀକ୍ଷା ଦେଇଥିବା ବେଳେ ଏହା ତାଙ୍କର ୪ର୍ଥ ଥର ଥିଲା। ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ପରିଶ୍ରମ ସାର୍ଥକ ହୋଇଛି। ଧୈର୍ଯ୍ୟ ଧରିବା ସହ ପରୀକ୍ଷାକୁ ବୁଝିନେଲେ ସଫଳତା ନିଶ୍ଚିତ ମିଳିବ ବୋଲି ଶୁଭାଙ୍ଗୀ ଅନ୍ୟମାନଙ୍କୁ ବାର୍ତ୍ତା ଦେଇଛନ୍ତି। ଶୁଭାଙ୍ଗୀ ହାଇଦ୍ରାବାଦ ଗୁଣ୍ଟୁରରେ ବିଏସ୍‌ସି ଏଗ୍ରିକଲଚରରେ ୟୁନିଭର୍ସିଟିରେ ଗୋଲ୍ଡ ମେଡାଲ ପାଇଥିଲେ। ଦିଲ୍ଲୀର ବାଜିରାମ ଏଣ୍ଡ ରବି ଏବଂ ଜାମିଆ ମିଲିଆ ଇସ୍‌ଲାମିଆରେ କୋଚିଂ ନେଉଥିଲେ। ସେଠାକାର ପ୍ରତିଯୋଗିତା ଓ ପ୍ରେରଣା ପାଇଁ ଆଜି ଏ ସଫଳତା ମିଳିଛି। ବାପା, ମା’, ବଡ଼ଭାଇ ଓ ସମ୍ପର୍କୀୟଙ୍କୁ ତାଙ୍କର ଏହି ସଫଳତା ପାଇଁ ଶ୍ରେୟ ଦେଇଛନ୍ତି। ଶୁଭାଙ୍ଗୀଙ୍କ ବାପା ଭଦ୍ରକ ସହରର ଟାଉନହଲ୍‌ ଛକରେ ଏକ ସାଇବର କାଫେ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ରୋଜଗାରରେ ଦୁଇପୁଅ ଓ ଏକମାତ୍ର ଝିଅକୁ ବହୁ କଷ୍ଟରେ ପାଠ ପଢ଼ାଇଛନ୍ତି। ଝିଅର ରେଜଲ୍ଟ ଖବର ପାଇବା ପରେ ପରିବାରରେ ଖୁସିର ମାହୋଲ ଖେଳିଯାଇଥିବା ବେଳେ ବାପା ସତ୍ୟନାରାୟଣ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri