ଧୈର୍ଯ୍ୟ ସହ ପରୀକ୍ଷାକୁ ବୁଝିନେଲେ ସଫଳତା ନିଶ୍ଚିତ: ଶୁଭାଙ୍ଗୀ

ଭଦ୍ରକ ଅଫିସ/ସ୍ବ.ପ୍ର., ୨୪।୫: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୪୮ ର଼୍ୟାଙ୍କ୍‌ରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲାର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ(୨୬)। ଭଦ୍ରକ ବଙ୍କସାହିର ସାଇବର ଦୋକାନୀ ସତ୍ୟନାରାୟଣ ଖୁଣ୍ଟିଆ ଓ ସବିତା ଖୁଣ୍ଟିଆଙ୍କ ଝିଅ ଶୁଭାଙ୍ଗୀ। ସେ ପୂର୍ବରୁ ୯୭ ର଼୍ୟାଙ୍କ ରଖି ଓଏଏସ୍‌ ପାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଥିବା ସହ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ୨୦୨୨ରେ ଆଇଏଏସ୍‌ ପରୀକ୍ଷା ଦେଇଥିଲେ। ମଙ୍ଗଳବାର ଅପରାହ୍ନରେ ତାଙ୍କ ସାଙ୍ଗ ପାଖରୁ ଆଇଏଏସ୍‌ରେ ୨୪୮ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ଫୋନ କଲ୍‌ ପାଇବା ପରେ ବିଶ୍ୱାସ କରି ନ ପାରି ନିଜେ ରୋଲ୍‌ ନମ୍ବରକୁ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ୪ଥର ମିଳାଇବା ପରେ ସେ ନିଶ୍ଚିତ ହୋଇଥିଲେ ବୋଲି କହିଛନ୍ତି। ସୁଯୋଗ ମିଳିଲେ ଜଣେ ଭଲ ସିଭିଲ ସର୍ଭାଣ୍ଟ ଭାବେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଗ୍ରାଜୁଏଶନ ପରେ ପ୍ରଥମ ଥର ୨୦୧୯ରେ ସେ ଆଇଏଏସ୍‌ ପରୀକ୍ଷା ଦେଇଥିବା ବେଳେ ଏହା ତାଙ୍କର ୪ର୍ଥ ଥର ଥିଲା। ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ପରିଶ୍ରମ ସାର୍ଥକ ହୋଇଛି। ଧୈର୍ଯ୍ୟ ଧରିବା ସହ ପରୀକ୍ଷାକୁ ବୁଝିନେଲେ ସଫଳତା ନିଶ୍ଚିତ ମିଳିବ ବୋଲି ଶୁଭାଙ୍ଗୀ ଅନ୍ୟମାନଙ୍କୁ ବାର୍ତ୍ତା ଦେଇଛନ୍ତି। ଶୁଭାଙ୍ଗୀ ହାଇଦ୍ରାବାଦ ଗୁଣ୍ଟୁରରେ ବିଏସ୍‌ସି ଏଗ୍ରିକଲଚରରେ ୟୁନିଭର୍ସିଟିରେ ଗୋଲ୍ଡ ମେଡାଲ ପାଇଥିଲେ। ଦିଲ୍ଲୀର ବାଜିରାମ ଏଣ୍ଡ ରବି ଏବଂ ଜାମିଆ ମିଲିଆ ଇସ୍‌ଲାମିଆରେ କୋଚିଂ ନେଉଥିଲେ। ସେଠାକାର ପ୍ରତିଯୋଗିତା ଓ ପ୍ରେରଣା ପାଇଁ ଆଜି ଏ ସଫଳତା ମିଳିଛି। ବାପା, ମା’, ବଡ଼ଭାଇ ଓ ସମ୍ପର୍କୀୟଙ୍କୁ ତାଙ୍କର ଏହି ସଫଳତା ପାଇଁ ଶ୍ରେୟ ଦେଇଛନ୍ତି। ଶୁଭାଙ୍ଗୀଙ୍କ ବାପା ଭଦ୍ରକ ସହରର ଟାଉନହଲ୍‌ ଛକରେ ଏକ ସାଇବର କାଫେ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ରୋଜଗାରରେ ଦୁଇପୁଅ ଓ ଏକମାତ୍ର ଝିଅକୁ ବହୁ କଷ୍ଟରେ ପାଠ ପଢ଼ାଇଛନ୍ତି। ଝିଅର ରେଜଲ୍ଟ ଖବର ପାଇବା ପରେ ପରିବାରରେ ଖୁସିର ମାହୋଲ ଖେଳିଯାଇଥିବା ବେଳେ ବାପା ସତ୍ୟନାରାୟଣ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri