ହାର୍‌ ନ ମାନିବାଯାଏ ସଫଳ

୯ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏକ ଆଲବମ୍‌ ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ ଅଭିନେତ୍ରୀ ଦେବଯାନୀ ଦେଘୁରିଆ। ବେଙ୍ଗଲୀ ହୋଇ ମଧ୍ୟ ଓଡ଼ିଆ ପାଇଁ ଏକ ଅଲଗା ଆକର୍ଷଣ ତାଙ୍କୁ ଟାଣି ଆଣିଥିଲା ଓଲିଉଡ୍‌କୁ। ଓଡ଼ିଆ ଚଳଚ୍ଚିତ୍ର ରସିକ ନାଗର, ରଙ୍ଗିଲା ଟୋକା, ଅଜାତଶତ୍ରୁ, ଇନ୍ଦ୍ରଜାଲ, ସମପାଜୁର ରଘୁ ଆଦିରେ ସେ ଅଭିନୟ ଛାପ ଛାଡ଼ିଛନ୍ତି। ସେହିପରି ୩୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି। ରିଲିଜ୍‌ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଉଦଣ୍ଡି ସୀତା’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବ ବୋଲି ଆଶାରେ ସେ ଅଛନ୍ତି। ତାଙ୍କ ସହ ଏଥରର ଧରିତ୍ରୀ ଆଳାପ।

ସୀତା’ ଚଳଚ୍ଚିତ୍ରକୁ ନେଇ କେତେ ଏକ୍ସାଇଟମେଣ୍ଟ ଅଛି?
-ଏହି ଚଳଚ୍ଚିତ୍ର ମହିଳାକୈନ୍ଦ୍ରିକ। ‘ଉଦଣ୍ଡି ସୀତା’ ନାମ ସହିତ ସମସ୍ତେ ଆଗରୁ ପରିଚିତ। ଏହା ଏକ ନାମ ନୁହେଁ ତ ଓଲିଉଡ୍‌ ପାଇଁ ଏକ ବ୍ରାଣ୍ଡ। ନାମ ପୁରୁଣା କିନ୍ତୁ କାହାଣୀ ନୂଆ। ଚାଷୀଭାଇମାନଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମିତ। ବହୁତ ଗର୍ବ ଅନୁଭବ କରୁଛି ଯେ, ମୁଁ ଗୋଟିଏ ଅରିଜିନାଲ କଣ୍ଟେଣ୍ଟରେ କାମ କରିଛି। ଦର୍ଶକ ବର୍ତ୍ତମାନ ଓଡ଼ିଶା ମାଟିର କଥା ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାର ଘରେ ଘରେ କାହାଣୀ ରହିଛି। କୋଣ ଅନୁକୋଣରେ ସୌନ୍ଦର୍ଯ୍ୟ ଭରି ରହିଛି। ଲୋକଙ୍କର ଆଶା, ବିଶ୍ୱାସ ପୁଣି ଥରେ ଆସିଲାଣି। ଓଲିଉଡରେ ସମୟ ସହିତ ସବୁକିଛି ଅପ୍‌ଗ୍ରେଡ୍‌ ହେବା ଦରକାର। ସେହି ହିସାବରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାରୁ ମୁଁ ଭାବୁଛି ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ।
‘ଉଦଣ୍ଡି ସୀତା’ ସିନେପ୍ରମୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଆପଣଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ସେତିକି ସଫଳତା ପାଇପାରିବ?
-ସେ କାହାଣୀ ସ୍ତ୍ରୀ, ସ୍ବାମୀଙ୍କର ଥିଲା। ଏହି କାହାଣୀ ବାପା, ଝିଅଙ୍କ କଥା। ତାହା ପୁଣି ଚାଷୀ ଭାଇଙ୍କ କଥା। ଆମେ ସମସ୍ତେ ଚେଷ୍ଟା କରିଛୁ ଉଦଣ୍ଡି ସୀତାର ନଁାଟାକୁ କେବେ ତଳେ ପକାଇଦେବୁନି। ବିଶେଷକରି ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଟାଇଟଲକୁ ଜଷ୍ଟିସ୍‌ ଦେବା ପାଇଁ ବହୁତ ଚେଷ୍ଟା କରିଛନ୍ତି। ଆଶା, ବିଶ୍ୱାସ ଅଛି ଏହି ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ।
ଗ୍ରାମାଞ୍ଚଳରେ ପ୍ରେକ୍ଷାଳୟ ନାହିଁ। ଏହି ଚଳଚ୍ଚିତ୍ର କିଭଳି ଚାଷୀମାନଙ୍କ ପାଖେ ପହଞ୍ଚିପାରିବ ସେ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କିଛି ଯୋଜନା ଅଛି?
– ବର୍ତ୍ତମାନ ସମୟରେ ଡିଜିଟାଲରେ ଅନେକ ପ୍ରଚାର ପ୍ରସାର ହୋଇପାରୁଛି। କେହି ଜଣେ ବି ଯଦି ଏହାକୁ ଦେଖୁଛନ୍ତି, ଆଉ ତାଙ୍କୁ ଭଲ ଲାଗୁଛି ସେ ଏହାକୁ ଆଉ ୧୦ଜଣଙ୍କୁ ଦେଖାଇବେ। ଚଳଚ୍ଚିତ୍ରର ଟ୍ରେଲର ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି। ଏହାକୁ ଅନେକେ ପ୍ରଶଂସା କରିଛନ୍ତି। ଏହି ମାଧ୍ୟମରେ ଏହା ଚାଷୀଭାଇଙ୍କ ପାଖରେ ମଧ୍ୟ ପହଞ୍ଚିପାରିବ ବୋଲି ମୋର ଆଶା। ଏହା ବ୍ୟତୀତ ପ୍ରଯୋଜନା ସଂସ୍ଥା ପକ୍ଷରୁ ମଧ୍ୟ ଯୋଜନା କରାଯାଇଛି କିଭଳି ଏହା ଚାଷୀଭାଇଙ୍କଠାରେ ପହଞ୍ଚିପାରିବ। ମୋର ଇଚ୍ଛା କି ସେମାନେ ଆସି ପ୍ରେକ୍ଷାଳୟରେ ବସି ଦେଖନ୍ତୁ।
ପାଇଁ ମ୍ୟୁଜିକ୍‌ ଭିଡିଓ ଅଧିକ କରିଛନ୍ତି ନା ଚଳଚ୍ଚିତ୍ରରେ ସୁଯୋଗ ବେଶି ମିଳିନି?
– ଫିଲ୍ମରୁ ସୁଯୋଗ କାହିଁକି ବେଶି ଆସିନି ତାହା ତ ମୋ ହାତରେ ନାହିଁ। କିନ୍ତୁ ମ୍ୟୁଜିକ ଭିଡିଓରୁ ହିଁ ପ୍ରାୟ ଅଭିନେତ୍ରୀ, ଅଭିନେତା ଚଳଚ୍ଚିତ୍ର ଜଗତକୁ ଯାଆନ୍ତି। ଆଗରୁ ଆଲବମ୍‌ ବେଶି ହେଉଥିଲା। ଚଳଚ୍ଚିତ୍ର କମ୍‌ ହେଉଥିଲା। ତାହା ଭିତରେ ବି ଚଳଚ୍ଚିତ୍ର କରିଛି। ମୋର ପ୍ରାୟ ଆଲବମ୍‌ ହିଟ୍‌ ହୋଇଛି। ସେଥିପାଇଁ ଦର୍ଶକଙ୍କୁ ଲାଗୁଥିବ ମୁଁ ଅଧିକ ଆଲବମ୍‌ କରିଛି।
ଧରି ଇଣ୍ଡଷ୍ଟ୍ରିକୁ ଆସିଲେଣି। ଆପଣ ଭାବୁଛନ୍ତି କି ନବାଗତାମାନେ ଆସି ଯେତିକି ସଫଳତା ପାଇଲେଣି ସେ ତୁଳନାରେ ପଛରେ ରହିଯାଇଛନ୍ତି?
-ହଁ, ଏହା ସତକଥା। ମୁଁ ଜାଣିନି ସଫଳତା ବା ବିଫଳତା ପ୍ରକୃତରେ କାହା ପାଇଁ କ’ଣ। ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ, ହାର ମାନିନ ସେ ପର୍ଯ୍ୟନ୍ତ ତୁମେ ସଫଳ। ଯେଉଁଦିନ ମୁଁ ଚେଷ୍ଟା କରିବା ବନ୍ଦ କରିଦେବି ସେଦିନଠୁ ମୋର ବିଫଳତା ଆରମ୍ଭ ହେବ। କର୍ମକୁ କେବେ ଛାଡ଼ିନି। ଆତ୍ମବିଶ୍ୱାସ ରହିଛି। ଭଲ କାମ କରିବାକୁ ସବୁବେଳେ ଚେଷ୍ଟା କରିଛି। ସେଥିପାଇଁ ସିନେମା ଜଗତରେ ତିଷ୍ଠିକି ଅଛି।
ଚଳଚ୍ଚିତ୍ର କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ବି କରିଛନ୍ତି। କେଉଁଟା ଅଧିକ ସୁହାଇଛି?
-ଘର ସବୁବେଳେ ନିଜର। ଘରେ ଯେତିକି ଆରାମ ଲାଗେ, ଆମକୁ ବାହାରେ ସେତିକି ଲାଗେନି। ଠିକ୍‌ ସେଭଳି ବାହାରୁ ଯେତେ ବି ଅଫର୍‌ ମିଳୁ ଓଡ଼ିଶାରେ ଗୋଟିଏ ବି ଚଳଚ୍ଚିତ୍ର କଲେ ଶାନ୍ତି ମିଳେ। ଏଠି ଯେଉଁ ସଂଘର୍ଷ କରିଛି, ଏହି ଇଣ୍ଡଷ୍ଟ୍ରି ମୋତେ ଯାହା ଦେଇଛି, ଯେଉଁ ପରିଚୟ ମୋଠି ଆଜି ଅଛି ତାକୁ ନେଇ ମୁଁ ବହୁତ ଖୁସି। ଓଡ଼ିଶା ଇଣ୍ଡଷ୍ଟ୍ରି ପ୍ରତି ଭଲପାଇବା ଅଛି। ମୁଁ ବେଙ୍ଗଲୀ ଝିଅ ହୋଇପାରେ କିନ୍ତୁ ଜନ୍ମିଛି, ବଢ଼ିଛି, ପଢ଼ିଛି, ସବୁ କିଛି ଶିଖିଛି ଏଇଠି।
ଅଭୁଲା ସ୍ମୃତି ?
– ଥରେ ଶୁଟିଂ ସେଟ୍‌ରେ ଗୋଟେ ମାଙ୍କଡ଼ ଆସି ମୋ କୋଳରେ ବସିଥିଲା। ମୁଁ ବହୁତ ଡରିଯାଇଥିଲି। ଯାହା କି ମୁଁ କେବେ ବି ଭୁଲିବିନି। ସେମିତି ଏକ ସ୍ପେଶାଲ ମୋମେଣ୍ଟ ହେଉଛି, ରଙ୍ଗିଲା ଟୋକା ଫିଲ୍ମର ରିଲିଜ ପରେ ବ୍ରହ୍ମପୁରର ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲି। ମୋ ପଛେ ପଛେ ୨୦ଜଣ ପରିକ୍ରମା କରୁଥିଲେ। ମୁଁ ବାହାରିବା ପରେ ହଠାତ୍‌ ମୋ ସାମ୍ନାରେ ପୂରା ଭିଡ଼ ଜମି ଯାଇଥିଲା। ଗାଡ଼ି ଚଳାଚଳ ହୋଇପାରିଲା ନାହିଁ। ପୋଲିସ ଆସି ଭିଡ଼ ଭାଙ୍ଗିଥିଲା, ଯାହା ମୋ ପାଇଁ ଏକ ବ୍ଲେସିଙ୍ଗ୍‌ର କଥା ଥିଲା।
ସମୟରେ କ’ଣ କରନ୍ତି?
-ଖାଇବାକୁ ବହୁତ ପସନ୍ଦ। ତେଣୁ ନୂଆ କିଛି ଖାଦ୍ୟ ବନାଇ ଖାଏ। ମୋ ପେଟ୍‌ ସହ ଖେଳିବାକୁ ଭଲ ଲାଗେ। ସାଙ୍ଗମାନଙ୍କ ସହ ଲଙ୍ଗ ଡ୍ରାଇଭ୍‌ରେ ଯାଏ।
କିଭଳି ସାମ୍ନା କରନ୍ତି?
-ଯେତେବେଳେ ନୂଆ ଆସିଥିଲି ଅସୁବିଧା ହେଉଥିଲା। ଚିନ୍ତା ହେଉଥିଲା। ଯେହେତୁ ମୁଁ ବହୁତ ଇମୋଶନାଲ୍‌। କିନ୍ତୁ ସମୟ ସହିତ ସବୁ ଠିକ୍‌ ହୋଇଗଲା।
ଅଛନ୍ତି?
-ନା।
ଖାଇବାକୁ ବେଶି ପସନ୍ଦ କରନ୍ତି?
-କ୍ଷୀର ଭାତ, ଆଳୁ ପୋସ୍ତ
ପ୍ରିୟ ରଙ୍ଗ?
-କଳା, ଲାଲ୍‌।
ସିନେମାର ପ୍ରିୟ ଅଭିନେତ୍ରୀ, ଅଭିନେତା?
– ଅପରାଜିତା ମହାନ୍ତି, ମିହିର ଦାସ।

-ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri