ମିସ୍‌ ଇଣ୍ଡିଆ-୨୦୨୦ରେ ଓଡ଼ିଆ ଝିଅଙ୍କୁ ସଫଳତା

ଜୟପୁର,୧୬ା୭ (ନି.ପ୍ର.): ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପୁଣି ଜଣେ ଓଡ଼ିଆ ଝିଅ। ଜିରୋନ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ମିସ୍‌ ଇଣ୍ଡିଆ-୨୦୨୦ ସିଜନ-୨ରେ କୋରାପୁଟ ଜିଲାର ଜୟପୁରର ଦୀପ୍ତିରାଣୀ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା କୋରାପୁଟ ଜିଲା ତଥା ରାଜ୍ୟ ପାଇଁ ଆଣିଦେଇଛି ଗୌରବ। ମେଧାବୀ ଛାତ୍ରୀ ଦୀପ୍ତିରାଣୀ ଫ୍ୟାଶନ ଦୁନିଆ ପ୍ରତି ରୁଚି ରଖିଥିଲେ। କୋରାପୁଟର କଳା ସଂସ୍କୃତିକୁ ଉଚ୍ଚ ସୋପାନରେ ପହଞ୍ଚାଇବା ଲକ୍ଷ୍ୟ ରଖିଥିବା ଏହି ଝିଅ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଅନ୍‌ଲାଇନରେ ପଞ୍ଜୀକରଣ କରିଥିଲେ। ପ୍ରତିଯୋଗିତା ଆରମ୍ଭ ହେବା ପରେ ସେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି ସେମିଫାଇନାଲରେ ପହଞ୍ଚତ୍ପାରିଛନ୍ତି। ଆଗକୁ ଫାଇନାଲରେ ପ୍ରବେଶ ପାଇଁ ସେ ଆଶା ରଖିଛନ୍ତି। ଏହି ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟନ୍ତ ଆସିବା ତାଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା ବୋଲି ଦୀପ୍ତିରାଣୀ କହିଛନ୍ତି, ସେ ଜଣେ ମଡେଲ ହେବା ଲାଗି ପିଲାଦିନୁ ଇଚ୍ଛା ରଖିଥିଲେ। ସ୍କୁଲରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟକରି ପୁରସ୍କୃତ ହୋଇଛନ୍ତି। ମୁଁ ବି ହିରୋଇନ ହେବି, ମିଠାମିଠା କଥା, ମୁଁ ହିରୋ ମୋ ଓଡ଼ିଶା,ଏକ ଭାରତ ଶ୍ରେଷ୍ଠ ଭାରତ ଆଦି ପ୍ରତିଯୋଗିତାରେ ନିଜକୁ ସାମିଲ କରି ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri