Advertisement
Posted inଜାତୀୟ

କରୋନା ପରବର୍ତ୍ତୀ ସ୍ଥିତି ବିଶ୍ୱ ଅର୍ଥନୀତି ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ- ୟୁରୋପ ସଂଘ(ଇୟୁ) ସମିଟ୍‌କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଅର୍ଥନୀତି ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ କରୋନା ପରେ ବିଶ୍ୱ ଅର୍ଥନୀତି ବହୁ ଜଟିଳତାର ସମ୍ମୁଖୀନ ହେବ। ଏଥିଲାଗି ସମସ୍ତ ଗଣତାନ୍ତ୍ରିକ ଦେଶ ଏକାଠି ହୋଇ ଏହାର ମୁକାବିଲା କରିବାକୁ ସେ ଆହ୍ବାନ ଦେଇଛନ୍ତି। ମୋଦି କହିଛନ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଭଳି ଅନେକ କ୍ଷେତ୍ର ଉପରେ ସହଯୋଗର ଆବଶ୍ୟକତା ରହିଛିି। ଭାରତ-ଇୟୁ ପ୍ରକୃତ ବନ୍ଧୁଭାବେ କାର୍ଯ୍ୟ କରିଆସିଛନ୍ତି। ଶାନ୍ତିରକ୍ଷା, ବିଶ୍ୱରେ ସ୍ଥିରତା କ୍ଷେତ୍ରରେ ଆମେ ସବୁବେଳେ ଆଗରେ। ଗଣତନ୍ତ୍ର, ବହୁଳବାଦ, ସମାବେଶିତ, ସ୍ବାଧୀନ ଓ ସ୍ବଚ୍ଛତା କ୍ଷେତ୍ରରେ ଭାରତ ଓ ୟୁରୋପ ସଂଘ ସବୁବେଳେ ଏକ। ମହାମାରୀ କରୋନା ସମୟରେ ଭାରତ ୧୫୦ ଦେଶକୁ ଔଷଧ ପଠାଇଛି। ବିଶ୍ୱକୁ ସହଯୋଗ କରିବା ଲାଗି ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ଆର୍ଥତ୍କ ପୁନରୁଦ୍ଧାର ଲାଗି ଭାରତ ଓ ୟୁରୋପ ସଂଘ ମଧ୍ୟରେ ସହଯୋଗର ବିଶେଷ ଆବଶ୍ୟକତା ରହିଥିବା ମୋଦି କହିଛନ୍ତି। ଏଥିସହ ଜୟବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଭଳି ଦୀର୍ଘକାଳୀନ ପଦକ୍ଷେପ ଲାଗି ବିଶ୍ୱ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି। ଏଥିଲାଗି ବିପୁଳ ପୁଞ୍ଜିନିବେଶ ଓ କାରିଗରି କୌଶଳର ଆବଶ୍ୟକତା ରହିଛି। ସହଭାଗିତା ଭିତ୍ତିରେ ଏସବୁ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମୋଦି ସମିଟ୍‌ରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ହନ୍ଦଓ୍ବାଡା ଏନ୍‌କାଉଣ୍ଟର: ଲଶ୍କରର ଟପ୍‌ କମାଣ୍ଡର ହାଇଦର ନିହତ

ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ୨ ଆତଙ୍କବାଦୀ ମଧ୍ୟ ନିହତ...

ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ …

ଭୋପାଳ,୨୮।୫: ଖାଦ୍ୟ ଦେବାରେ ବିଳମ୍ବ ପାଇଁ ସ୍ବାମୀ ନିଜ ଉପରୁ ଆୟତ୍ତ ହରାଇ ସ୍ତ୍ରୀଙ୍କୁ କୂଅକୁ ଫିଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାତପିପ୍‌ଲିୟା...

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ...

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣିି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର...

ଦେଶରୁ କୁପୋଷଣ ହଟାଇବା ପାଇଁ ସିଏସ୍‌ଆଇଆର୍‌ ବୈଜ୍ଞାନିକ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୫।୨: ଦେଶରୁ କୁପୋଷଣ ହଟାଇବା ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସିଏସ୍‌ଆଇଆର୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ...

ଯୋଗ ଦେବେ ନାହିଁ ମନମୋହନ ସିଂ

ନୂଆଦିଲ୍ଲୀ,୧୩।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ପ୍ରଥମ ଥର ପାଇଁ ବସିବାକୁ ଯାଉଛି କଂଗ୍ରେସ ଓ୍ବାର୍କିଂ କମିଟି।...

ଭାରସାମ୍ୟ ହରାଇ ବୁଦା ଭିତରେ ପଶିଗଲା ରାଜ୍ୟପାଳଙ୍କ କାର

ହାଇଦ୍ରାବାଦ,୧୪।୧୨-ହିମାଚଳପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ କାର ସୋମବାର ଦୁର୍ଘଟଣା ହୋଇଛି। ରାଜ୍ୟପାଳ ଓ ତାଙ୍କର ଦୁଇ ସହଯୋଗୀ କାର ଯୋଗେ ହାଇଦ୍ରାବାଦରୁ ନାଲଗୋଣ୍ଡାରେ ଆୟୋଜିତ ଏକ...

Advertisement
Archives

Model This Week