ଓଡ଼ିଶା ପୋଲିସକୁ ସଫଳତା: ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ, ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୧।୩(ଡି.ଏନ.ଏ.): ଓଡ଼ିଶା ପୋଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେଶନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହେଇଛି। ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଲକାନଗିରି ପୋଲିସ ପକ୍ଷରୁ ଅନେକ ସମୟରେ ସୀମା ଆନ୍ଧ୍ର ଓ ଛତିଶଗଡରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେଶନ କରାଯାଉଥିଲା। ତେବେ ଏହି ଅପରେଶନ ସମୟରେ ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ମାଓ ସାମଗ୍ରୀ ମିଳିଛି। ଉକ୍ତ ସାମଗ୍ରୀଗୁଡିକ ମଧ୍ୟରେ ୫୦ରୁ ୬୦କିଲୋ ଓଜନର କଡେକ୍ସ ତାର, ବିସ୍ପୋରକ ସହିତ ୬ଟି ଟିଫିନ୍‌, ଦୁଇଟି ବାକିଟାକି ଏବଂ ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ଓ ସାମଗ୍ରୀ ମିଳିଛି। ବର୍ତ୍ତମାନ ମଧ୍ୟ ଅନେକ ମାଓ ଉପଦ୍ରବ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ଥିବା ସେ ପ୍ରକାଶ କରିଛନ୍ତି।