ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ l ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କ ମିଳିତ ଉଦ୍ୟମରେ ପରିଷଦ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ସୂଚନା ଦେଇଥିଲେ l
ଏହି ଅବସରରେ ଗଞ୍ଜାମ ବଡ ବଜାର ଠାରେ ବହୁ ଦିନରୁ ନିର୍ମିତ ସୁଲଭ ଶୌଚାଳୟ ଓ ପାଠାଗାର ଏବଂ ସହର ମଧ୍ୟରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଶୁଭାରମ୍ଭ କରିଥିଲେ ସାଂସଦ ଓ ବିଧାୟକ l ଋଷିକୂଲ୍ୟା ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ, ମେଡିକାଲ ପ୍ରତିଷ୍ଠା ଓ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଧ୍ୟକ୍ଷା ପାଢ଼ୀ। ଗଞ୍ଜାମ ପୁରସ୍କାର ଗ୍ରହଣ କରିବାକୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ଅଧକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ l ଏଥିପାଇଁ ନିର୍ଦ୍ଧାରିତ ସମୟ ଠାରୁ ଦୁଇଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏନଏସି ଗୋଷ୍ଠୀ ସଂଗଠିକା ଅଞ୍ଜଳି ପାଢ଼ୀ, ଦେବାନନ୍ଦ ପ୍ରଧାନ, ଜଗତ ଜ୍ୟୋତି ସାମଲ, ନିଶିକାନ୍ତ ଜେନା, ଲକ୍ଷ୍ମୀଧର ପାଢ଼ୀ, ଦିନେଶ ସିଂ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l

 

Dharitri – Odisha’s No.1 Odia Daily

 

Share