Categories: ଜାତୀୟ

ଲଣ୍ଡନରେ ଇମ୍ରାନଙ୍କ ସହ ରାତ୍ରୀଭୋଜନ କରିବେ ମୋଦି: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୩୧।୩: ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ପାକିସ୍ତାନ ସହ ବାଣିଜ୍ୟକୁ ପୁନଃସ୍ଥାପିତ କରିବାର ସମ୍ଭାବନା ସମ୍ପର୍କରେ ସ୍ବାମୀ ଟୁଇଟ୍‌ କରି କହିଛନ୍ତି, ‘କଶ୍ମୀରରେ ଆତ୍ମସମର୍ପଣ। ଗୁଡ୍‌ ବାଏ, ମୁଁ ନିଶ୍ଚିତ ଯେ ଖୁବଶୀଘ୍ର ମୋଦି ଲଣ୍ଡନରେ ଇମ୍ରାନଙ୍କ ସହ ରାତ୍ରୀଭୋଜନ କରିବେ। ଗତ କିଛି ଦିନ ହେବ ସ୍ବାମୀ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଭାରତ ସହିତ ବାଣିଜିକ୍ୟ ସମ୍ପର୍କ ବିଷୟରେ ବୁଧବାର ପାକିସ୍ତାନରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ, ଭାରତ ମଧ୍ୟ ସୂଚାଇ ଦେଇଛି ଯେ ଗତ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ପାକିସ୍ତାନ ସହ ବାଣିଜ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ଏଥି ସହ ଭାରତ ପାକିସ୍ତାନ ସହ ବାଣିଜି୍ୟକ ସମ୍ପର୍କ ପୁନଃ ଆରମ୍ଭ କରିବାକୁ ସମର୍ଥନ କରିଛି। ସୂଚନାଯୋଗ୍ୟ ଯେ, ପାକିସ୍ତାନ ଅଗଷ୍ଟ ୨୦୧୯ରେ ଭାରତ ସହିତ ଦ୍ୱିପାକ୍ଷିକ ବାଣିଜିକ୍ୟ ସମ୍ପର୍କକୁ ଏକପାଖିଆ ଭାବେ ସ୍ଥଗିତ ରଖିଛି।

Share