Posted inଖେଳ

ଡ୍ର ମ୍ୟାଚରେ ଶୁଭ୍ରାଂଶୁଙ୍କ ଶତକ

ଭୁବନେଶ୍ୱର,୨୧।୧(କ୍ରୀଡ଼ା ପ୍ରତିନିଧି): ମିରୁଟରେ ଶୁକ୍ରବାର ଶେଷ ହୋଇଥିବା ଓଡ଼ିଶା-ଉତ୍ତର ପ୍ରଦେଶ ରଣଜୀ ଟ୍ରଫି ମ୍ୟାଚ ଡ୍ର ରହିଛି। ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଶତକ ହାସଲ କରି ଉଲ୍ଲେଖନୀୟ ସଫଳତା ପାଇଥିବାବେଳେ ଓପନର ଅନୁରାଗ ଷଡ଼ଙ୍ଗୀ ୯୧ ରନର ଇନିଂସ ଖେଳିଛନ୍ତି। ତେବେ ପ୍ରଥମ ଇନିଂସରେ ଅଗ୍ରଣୀ ରହିଥିବାରୁ ଉତ୍ତର ପ୍ରଦେଶ ୩ ପଏଣ୍ଟ ହାସଲ କରିଛି। ଓଡ଼ିଶାକୁ ମାତ୍ର ୧ ପଏଣ୍ଟ ମିଳିଛି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୫୨/୧ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ୪ର୍ଥ ଦିବସ ଖେଳ ଶେଷ ବେଳକୁ ୪ ଉଇକେଟ ହରାଇ ୩୩୫ ରନ ସଂଗ୍ରହ କରିଥିଲା। ଶୁଭ୍ରାଂଶୁ ୧୭୯ ବଲ୍‌ରୁ ୨୦ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୧୪୫ ରନ ସଂଗ୍ରହ କରିଥିଲେ। ୯ ରନପାଇଁ ଶତକରୁ ବଞ୍ଚତ୍ତ ହୋଇଥିବା ଅନୁରାଗ ଷଡ଼ଙ୍ଗୀ ୯୧ ରନର ଇନିଂସ ମଧ୍ୟରେ ୧୦ ଚୌକା ଓ ୨ ଛକା ମାରିଥିଲେ। ଗୋବିନ୍ଦ ପୋଦ୍ଦାର ୫୩ ଓ ରାଜେଶ ଧୂପର ୨୨ ରନରେ ଅପରାଜିତ ରହିଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ସୌରଭ କୁମାର ୨ଟି ଏବଂ ଶିବମ୍‌ ମାଭି ଓ କରନ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ ୨୨୬। ଉତ୍ତର ପ୍ରଦେଶ ପ୍ରଥମ ଇନିଂସ: ୩୬୨। ଓଡ଼ିଶା ଦ୍ୱିତୀୟ ଇନିଂସ: ୩୩୫/୪ (ଶୁଭ୍ରାଂଶୁ ସେନାପତି-୧୪୫, ଅନୁରାଗ ଷଡ଼ଙ୍ଗୀ-୯୧, ଗୋବିନ୍ଦ ପୋଦ୍ଦାର-୫୩*, ସୌରଭ କୁମାର-୨/୯୮, ଶିବମ୍‌ ମାଭି-୧/୧/୫୨, କରନ ଶର୍ମା-୧/୭୩)।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri