ସୁବାସ ରାମଚନ୍ଦ୍ର ଦୋଷୀ ସାବ୍ୟସ୍ତ

ପୁରୀ ଅଫିସ,୧୭।୧୦: ୫ବର୍ଷରେ ଶୁକ୍ରବାର ବହୁ ଚର୍ଚ୍ଚିତ ପୁରୀ ଟ୍ରେନ୍‌ ପୋଡ଼ି ମାମଲାର ରାୟ ପ୍ରକାଶ ପାଇଛି। ପୁରୀର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କମ୍‌ ସିଜେଏମ୍‌ ଇନ୍ଦୁ ଶର୍ମା ଏହି ମାମଲାରେ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ କରିଛନ୍ତି। ୪୦ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସୁବାସଙ୍କୁ ଧାରା ୪୩୫ ପ୍ରିଭେନ୍‌ଶନ ଅଫ୍‌ ଡ୍ୟାମେଜ ଅଫ୍‌ ପବ୍ଲିକ ପ୍ରପର୍ଟି ଆକ୍ଟ, ରେଲ୍‌ୱେ ଆକ୍ଟ ୧୪୫, ୧୪୭, ୧୫୦, ୧୫୧, ୧୫୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଧାରା ୪୩୫ରେ ୫ବର୍ଷ ଜେଲଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ୨୦୧୫ ନଭେମ୍ବର ୧୨ରେ ପୁରୀ ଷ୍ଟେଶନରେ ଟ୍ରେନ୍‌ ପୋଡ଼ି ଘଟିଥିଲା। ପ୍ଲାଟଫର୍ମ ନଂ. ୨, ୪ ଓ ୬ରେ ଥିବା ୩ଟି ଟ୍ରେନ (ନନ୍ଦନକାନନ ସୁପରଫାଷ୍ଟ ଏକ୍ସପ୍ରେସ, ତିରୁପତି ଏକ୍ସପ୍ରେସ୍‌ ଏବଂ ପୁରୀ-ହାୱଡା ଏକ୍ସପ୍ରେସ୍‌)ରେ ଏକକାଳୀନ ନିଅଁା ଲାଗିଥିଲା। ଏଥିରେ ପ୍ରାୟ ୧ କୋଟି ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ତତ୍କାଳୀନ ରେଲୱ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧା ଜିଆର୍‌ପି ଥାନାରେ ଏକ ମାମଲା (ନଂ.୮୩/୧୫) ରୁଜୁ କରିଥିଲେ। ପରଦିନ ଅର୍ଥାତ୍‌ ୧୩ ତାରିଖରେ ଆରପିଏଫ୍‌ର ୨ଜଣ କନଷ୍ଟେବଳ ଷ୍ଟେଶନରେ ସନ୍ଦିଗ୍ଧ ଭାବେ ବୁଲୁଥିବା ତାମିଲନାଡୁର ସୁବାସ ରାମଚନ୍ଦ୍ରନଙ୍କୁ ଧରିଥିଲେ। ତାଙ୍କ ନିକଟରୁ ଗୋଟିଏ ଛୁରି, ବ୍ଲେଡ ଓ ଦିଆସିଲ ଜବତ ହୋଇଥିଲା। ଜିଆର୍‌ପିରେ ତଦନ୍ତ ଚାଲିଥିବାବେଳେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ଏଥିରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରି କେସ୍‌କୁ ଗ୍ରହଣ କରିଥିଲେ। ତେବେ ଏଥିରେ ଆତଙ୍କବାଦୀ କାର୍ଯ୍ୟକଳାପର ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଣି ଏହି ମାମଲାକୁ ଜିଆର୍‌ପିକୁ ହସ୍ତାନ୍ତର କରାଯାଇଥିଲା। ଘଟଣାକୁ ୫ ବର୍ଷ ପୂରିବାକୁ ମାସେଠୁ କମ୍‌ ସମୟ ଥିବାବେଳେ ଏହାର ରାୟ ପ୍ରକାଶ ପାଇଛି। ସରକାରୀ ଓକିଲ ରାଜଶେଖର ପାଢୀ ଏହି ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri