Subhadra Scheme: ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ, ଏକାଥରକେ ପାଇବେ ୧୫ ହଜାର, ଶୀଘ୍ର…

ଭୁବନେଶ୍ୱର,୩୧।୩: ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାନ୍ତି କି? ତେବେ ଏହି ଖବରଟି ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। କାରଣ ନୂଆ ଆବେଦନକାରୀଙ୍କ ଲାଗି ସୋମବାର ଅର୍ଥାତ ୩୧ ମାର୍ଚ୍ଚ ହେଉଛି ଶେଷ ତାରିଖ। ଆଜି ମଧ୍ୟରେ ଆବେଦନ କଲେ ଏକାସାଙ୍ଗରେ ୩ ଟି କିସ୍ତିର ଟଙ୍କା ଆପଣ ପାଇପାରିବେ। ଅର୍ଥାତ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୧୫ ହଜାର ଟଙ୍କା ଆସିବ।

ସୁଭଦ୍ରା ଯୋଜନାର ଲାଭ ଉଠାଇବା ଲାଗି ଆବେଦନର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧। ଏହାପରେ ଆଉ ଆବେଦନର ସୀମା ବୃଦ୍ଧି ପାଇବ ନାହିଁ। ଏହାପରେ ଆବେଦନକାରୀ ରାଖୀ ପୂର୍ଣ୍ଣିମାରେ ଏକକାଳୀନ ୩ କିସ୍ତିର ଟଙ୍କା ପାଇବେ।

ଏଣୁ ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ତୁରନ୍ତ ତାହା କରି ନିଅନ୍ତୁ। ଯଦି ସେମାନେ ଯୋଗ୍ୟ ବିବେଚିତ ହେବେ ତେବେ ସେମାନଙ୍କ ଆକାଉଣ୍ଟକୁ ଏକାଥରକେ ୩ କିସ୍ତିର ସୁଭଦ୍ରା ଟଙ୍କା ଆସିବ।

ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଛି। ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇଥିଲେ। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇସାରିଥିଲେ ସେମାନଙ୍କୁ ଟଙ୍କା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri