ସୁଭଦ୍ରା ପୋର୍ଟାଲ: ୨୧ ଜୀବିତଙ୍କୁ ଦର୍ଶାଯାଇଛି ମୃତ

ସାକ୍ଷୀଗୋପାଳ,୧୩। ୮(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସୁଭଦ୍ରା ଯୋଜନାର ଏକ ବଡ଼ ବ୍ୟତିକ୍ରମ ସତ୍ୟବାଦୀ ବ୍ଲକରେ ଦେଖାଯାଇଛି। ଜଣେ ମହିଳା ହିତାଧିକାରୀ ଜୀବିତ ଥାଉ ଥାଉ ତାଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯିବା କାରଣରୁ ସେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନ ଥିବା ମହିଳା ହିତାଧିକାରୀ ଅଭିଯୋଗ ଆଣିଛନ୍ତି।
ସତ୍ୟବାଦୀ ବ୍ଲକ ନୂଆସୋମେଶ୍ୱରପୁର ପଞ୍ଚାୟତର ସୁଭଦ୍ରା ହିତାଧିକାରୀ ପ୍ରତିମା ମିଶ୍ର ସ୍ବାମୀ ଗଙ୍ଗାଧର ମିଶ୍ର। ୧୯୮୮ରେ ଜନ୍ମ। ସୁଭଦ୍ରାର ପ୍ରଥମ କିସ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାକ୍ଷୀଗୋପାଳ ବ୍ରାଞ୍ଚରେ ଥିବା ଆକାଉଣ୍ଟ ଜରିଆରେ ପାଇଥିଲେ। ଦ୍ୱିତୀୟ କିସ୍ତି ସରକାର ଛାଡ଼ିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ପରେ ଏ ସମ୍ପର୍କରେ ଜନସେବା କେନ୍ଦ୍ରରେ ବୁଝାଶୁଝା କରିଥିଲେ। ସେଠାରେ ତାଙ୍କୁ ମୃତ ଦର୍ଶାଯାଇ ଉକ୍ତ ଯୋଜନାରୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ପାଇଲେ। ଏ ସମ୍ପର୍କରେ ସେ ବ୍ଲକରେ ଥିବା ସୁଭଦ୍ରା ହେଲ୍ପଡେସ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ ପ୍ରତି କୌଣସି ପ୍ରତିକ୍ରିୟା ଏଯାଏଁ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏପଟେ ଗତ ଅକ୍ଷୟ ତୃତୀୟା ଦିନ ସତ୍ୟବାଦୀରେ ଅନୁଷ୍ଠିତ ଅଖିମୁଠି ଅନୁକୂଳ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କୁ ସେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ମିଳିସାରିଥିବା ବେଳେ ସେ ଉକ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି। ଏହି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ମହିଳା ଓ ଶିଶୁ ବିକାଶ ଅଧିକାରୀ ରାଜଲକ୍ଷ୍ମୀ ଦାଶ କହିଛନ୍ତି, ପ୍ରତିମା ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଘଟଣାର ସତ୍ୟତା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛୁ। ଅନ୍ୟପଟେ ସୁଭଦ୍ରା ଯୋଜନାରେ ସତ୍ୟବାଦୀରେ ଖାଲି ପ୍ରତିମା ନୁହନ୍ତି ଆଉ ୩୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇସାରିବା ପରେ ସେମାନଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯାଇଛି। ସେଥିମଧ୍ୟରୁ ଆମ ବିଭାଗ ପକ୍ଷରୁ ଆମେ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରିଥିଲୁ। ସମୁଦାୟ ୩୧ ମୃତ ହିତାଧିକାରୀଙ୍କ ମଧ୍ୟରେ ଏବେ ୨୧ ଜଣ ଜୀବିତ ରହିଥିବା ବେଳେ ୧୦ ଜଣ ହିତାଧିକାରୀଙ୍କ ପ୍ରକୃତ ମୃତ୍ୟୁ ହୋଇଛି ବୋଲି ମହିଳା ଓ ଶିଶୁ ବିକାଶ ଅଧିକାରୀ ଦାଶ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri