ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରୁଥିଲେ, ବିଜୟଓ୍ବାଡାରୁ ମାଡ଼ିବସିଲା ପୋଲିସ

ପାରାଦୀପ, ୧୩।୮(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ଲକ୍‌ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ୫ ଲକ୍ଷ ଦାବି କରିବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦ୍ରାପଡା ଥାନା ଅନ୍ତର୍ଗତ ଗରାପୁର ଗ୍ରାମର କାର୍ତ୍ତିକ ଜେନା। ଥାନାରେ ମାମଲା ପରଠୁ ସେ ଫେରାର ଥିଲେ। ଏହାପରେ ପୋଲିସ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଠାବ କରି ମଙ୍ଗଳବାର ଗିରଫ କରିଛି। ପୋଲିସ ସୂଚନା ଅନୁସାରେ, ସାମାଜିକ ଗଣମାଧ୍ୟମ ଜରିଆରେ ୧୭ ବର୍ଷୀୟା ନାବାଳିକାଙ୍କ ସହ କାର୍ତ୍ତିକଙ୍କ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟେ ଏକାଠି ମିଳାମିଶା କରିବା ସହ ବିଭିନ୍ନ ଫଟୋ ଭିଡିଓ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କାର୍ତ୍ତିକଙ୍କୁ ସମ୍ପୃକ୍ତା ନାବାଳିକା ଅଣଦେଖା କରିଥିଲେ। ଏନେଇ କାର୍ତ୍ତିକ ସାମାଜିକ ଗଣମାଧ୍ୟମରେ ଏକ ନକଲି ଆଇଡି ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିଥିଲେ। ଉକ୍ତ ଭିଡିଓ ଭାଇରାଲ କରିବା ପୂର୍ବରୁ ନାବାଳିକା ଓ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାପାଇଁ ଦାବି କରିଥିଲେ। ଅର୍ଥ ମିଳିବାରେ ବିଳମ୍ବ ହେବାରୁ କାର୍ତ୍ତିକ ଫଟୋ ଓ ଭିଡିଓ ଭାଇରାଲ କରିଦେଇଥିଲେ। ଏନେଇ ନାବାଳିକାଙ୍କ ମା’ ଅଗଷ୍ଟ ୮ରେ ଲକ୍‌ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ. ୨୪୮/୨୫) ରୁଜୁ କରି ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri