ତ୍ୱରାନ୍ବିତ ହେବ ଉପଖଣ୍ଡ ଉନ୍ନୟନ

ମାଧପୁର/ ଆଠମଲ୍ଲିକ,୧୭ା୨ – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନକୁ ରାଜ୍ୟ ସରକାର ଦ୍ୱିଗୁଣିତ କରିଛନ୍ତି। ଏଥିସହ ପରିଷଦ ଅଧୀନରେ ଆସୁଥିବା ୧୦ ଜିଲା ଓ ଅନୁଗୋଳ ଜିଲାର ଆଠମଲ୍ଲିକ ଉପଖଣ୍ଡରେ ଡବ୍ଲ୍ୟୁଓଡିସିର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଉପଖଣ୍ଡବାସୀ ସ୍ବାଗତ କରିବା ସହ ଏହାଦ୍ୱାରା ଆଗାମୀ ଦିନରେ ଆଠମଲ୍ଲିକର ଉନ୍ନତି ଅଧିକ ତ୍ୱରାନ୍ବିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
ପୂର୍ବରୁ ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ପଶ୍ଚିମ ଓଡ଼ିଶାର ବିକାଶ ଲକ୍ଷ୍ୟ ନେଇ ରାଜ୍ୟ ସରକାର ୧୯୯୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ପ୍ରଥମେ ୧୦ ଜିଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ଏହି ପରିଷଦ ଅଧୀନରେ ରଖାଯାଇଥିଲା। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ବାରମ୍ବାର ଦାବି, ଆନ୍ଦୋଳନ ପରେ ୨୦୦୨-୦୩ ମସିହାରେ ଏହାକୁ ପରିଷଦରେ ସାମିଲ କରାଯାଇଥିଲା। ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସ୍ବତନ୍ତ୍ର ଅନୁଦାନରେ ଏସବୁ ଜିଲା ଓ ଉପଖଣ୍ଡରେ ବହୁ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ଗତ ୨୦୦୯ ରୁ ୨୦୧୯ ମଧ୍ୟରେ ଆଠମଲ୍ଲିକ ଉପଖଣ୍ଡର ଉନ୍ନତି ପାଇଁ ପରିଷଦ ପାଣ୍ଠିରୁ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅନୁଦାନରେ ଆଠମଲ୍ଲିକ ସହର ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟାଙ୍କି, ଉପଖଣ୍ଡ ଡାକ୍ତରଖାନା, ମାଧପୁର ଡାକ୍ତରଖାନା, ଆଠମଲ୍ଲିକ, ମାଧପୁର, ଅଏଡା କଲେଜ, ବିଭିନ୍ନ ସ୍କୁଲ, ମା’ ମାହେଶ୍ୱରୀ, ବିନିକେୟୀ ମନ୍ଦିର, ପର୍ଯ୍ୟଟନ କେନ୍ଦ୍ର, ରାସ୍ତା, ଚେକ୍‌ ଡ୍ୟାମ ଆଦି ନିର୍ମାଣ କରାଯାଇଛି। ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ବର୍ଦ୍ଧିତ ଅନୁଦାନ ଡବ୍ଲ୍ୟୁଓଡିସିକୁ ମିଳିବାକୁ ଥିବାରୁ ଆଠମଲ୍ଲିକର ବିକାଶ ପାଇଁ ପୂର୍ବାପେକ୍ଷା ବହୁ ଅଧିକ ଅର୍ଥ ମିଳିବ। ଫଳରେ ଉପଖଣ୍ଡରେ ଉନ୍ନୟନ କାର୍ଯ୍ୟ ଆଗେଇ ପାରିବ।

ଅଧିକ ରୋଜଗାର ସୃଷ୍ଟି ଦିଗରେ ଧ୍ୟାନ ଦେବି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାରେ ବିକାଶ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଏହାର ଶାଖା କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଛନ୍ତି। ଆଠମଲ୍ଲିକ ଠାରେ ପରିଷଦର କାର୍ଯ୍ୟାଳୟ ଖୋଲାଯିବାକୁ ସମସ୍ତେ ସ୍ବାଗତ କରୁଛନ୍ତି। ଏଠାକାର ଯୁବତୀ ଯୁବକଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବି।
– ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପ୍ରଶଂସନୀୟ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ଦ୍ୱିଗୁଣିତ ହେବା ସହିତ ଆଠମଲ୍ଲିକରେ ଏହାର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ। ଏହା ଆଠମଲ୍ଲିକର ଉନ୍ନତିକୁ ଆହୁରି ଆଗକୁ ନେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ନେଇ ଉପଖଣ୍ଡବାସୀ ଆନନ୍ଦିତ।
– ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ, ଆଠମଲ୍ଲିକ
ନେତାଙ୍କ ଥଇଥାନର ମାଧ୍ୟମ ନ ହେଉ
ପଶ୍ଚିମ ଓଡ଼ିଶାର ସମସ୍ତ ଜିଲାରେ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ସ୍ବାଗତଯୋଗ୍ୟ। କିନ୍ତୁ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିବା କେତେଦୂର ଯୁକ୍ତିଯୁକ୍ତ। ସରକାର ଏ ନେଇ ଦୃଷ୍ଟି ଦେବା ସହ ଏହା ନେତାଙ୍କ ପାଇଁ ଥଇଥାନର ମାଧ୍ୟମ ନ ହେଉ।
– ହିମାଂଶୁ ଶେଖର ଚାଉଳିଆ, ନୀଳକଣ୍ଠପଡ଼ା
ଅଧିକ ବିକାଶ ଆବଶ୍ୟକ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲାଭ ଅନେକ ଗରିବ ଲୋକଙ୍କ ପାଖରେ ପହଞ୍ଚୁଥିବା ପରିଲକ୍ଷିତ ହେଉନାହିଁ। କାରଣ ଦୀର୍ଘବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିଷଦକୁ ବହୁ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲେ ମଧ୍ୟ ଏଠାରୁ ଗରିବୀ ଦୂର ହେଉନାହିଁ। ତେଣୁ କାର୍ଯ୍ୟାଳୟ ସ୍ଥାପନ କରିଦେଲେ ଯେ ବିକାଶ ହେବ ତା’ର କିଛି ମାନେ ନାହିଁ।
– ଅଜିତ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ, ବାମୁର


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri