ସପ୍ତାହେ ପରେ ସୁବର୍ଣ୍ଣରେଖାରେ ପୁଣି ବନ୍ୟା

ଭୋଗରାଇ,୧ା୭(ପ୍ରଦୀପ ଦାସ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୁବର୍ଣ୍ଣରେଖା ଉପରମୁଣ୍ଡ ଓ ନିମ୍ନ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଝାଡ଼ଖଣ୍ଡରେ ଥିବା ଚାନ୍ଦଲି ଡ୍ୟାମ ସହିତ ଗାଲୁଡ଼ିହି ଓ ଖରଖାଇ ବ୍ୟାରେଜରୁ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ବନ୍ୟାଜଳ ବୃଦ୍ଧିପାଇଛି।

ରାଜଘାଟ ଗେଜଠାରେ ବିପଦସଂକେତ ୧୦. ୩୬ ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହୋଇ ୨ କୂଳ ଲଙ୍ଘି ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକର ନଦୀକୂଳିଆ ଗାଁର ସ୍ଥିତିକୁ ବିଗାଡି ଦେଇଛି। ସୋମବାର ୧୧. ୫୬ମିଟରରେ ବନ୍ୟା ପାଣି ସ୍ଥିର ରହି ଅପରାହ୍ନ ୩ଟାରେ ପାଣି ଧୀରେ ଧୀରେ କମୁଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛନ୍ତି।

ସପ୍ତାହେ ପରେ ସୁବର୍ଣ୍ଣରେଖାରେ ପୁଣି ଏକ ବନ୍ୟା ଜନଜୀବନକୁ ଦୁର୍ବିଷହ କରିଥିବା ବେଳେ ଉତ୍ତର ବାଲେଶ୍ୱରର ୪ ବ୍ଲକର ଶତାଧିକ ଗାଁର ଲକ୍ଷାଧିକ ଲୋକେ ଜଳବନ୍ଦୀ ହୋଇଛନ୍ତି। ଭୋଗରାଇ ବ୍ଲକର ୧୬, ବାଲିଆପାଳ ବ୍ଲକର ୧୨, ଜଳେଶ୍ୱର ବ୍ଲକ ୧୨, ବସ୍ତା ବ୍ଲକର ୬ ପଞ୍ଚାୟତ ସହିତ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ସାରସକଣା ପଞ୍ଚାୟତ ଲୋକେ ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଭୋଗରାଇ ବ୍ଲକର ମନୁନଗର, କୁହ୍ଲା, କୁମ୍ଭୀରଗ ମାଟିଖଣା, ନାନକାର, ଖଳାବାଡିଆ, ରସଲପୁର, ସନ୍ତୋଷପୁର, ଗବଗାଁଚିରକୁଳା, ନୀଳପୁରା ଆଦି ଗାଁଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ବାଲିଆପାଳ ବ୍ଲକର ବଢାପାଳ, କୁଦମାନସିଂ, ବିଷ୍ଣୁପୁର, କୁହ୍ଲାଚଢ଼ ଆଦି ଗାଁଗୁଡିକ ଜଳବନ୍ଦୀ ହୋଇଛନ୍ତି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ପାଇଁ ଡଙ୍ଗା ଏକମାତ୍ର ସାହାରା ପାଲଟିଛି।

ବନ୍ୟାଞ୍ଚଳର ମୁଖ୍ୟ ରାସ୍ତାଗୁଡିକ ବୁଡ଼ିଯାଇ କେଉଁଠି ଅକାତକାତ ପାଣିର ସ୍ରୋତ ଛୁଟୁଛି। ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାପାଣି ଲହଡି ଭାଙ୍ଗୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ଆରଡିସି ବି. ପରମେଶ୍ୱର, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏଡିଏମ୍‌(ସାଧାରଣ) ସୁଧାକର ନାୟକ, ଏଡିଏମ (ରାଜସ୍ବ) ହେମନ୍ତ ସିଂ, ୪ ବ୍ଲକର ବିଡିଓ, ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସେଚ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକ, ଏସ୍‌ପି ରାଜପ୍ରସାଦଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରି ବନ୍ୟା ପ୍ରପୀଡିତଙ୍କ ସମସ୍ୟା ପଚାରି ବୁଝିଛନ୍ତି।

ବନ୍ୟାରେ କେହି ଭୟଭୀତ ନ ହୋଇ ସୁରକ୍ଷା ସ୍ଥାନକୁ ଚାଲିଯିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟଜଳ, ବିଦ୍ୟୁତ ସେବା ଓ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri