ଗୁଜରାଟ-ମହାରାଷ୍ଟ୍ର-କର୍ନାଟକରେ ଓମିକ୍ରୋନର ସବ-ଭାରିଆଣ୍ଟ…

ନୂଆଦିଲ୍ଲୀ,୧୯।୧୦ : ଓମିକ୍ରୋନର ନୂତନ ସବ ଭାରିଆଣ୍ଟ ଭାରତରେ ପ୍ରବେଶ କରିଛି। ଓମିକ୍ରୋନର ନୂତନ ସବ-ଭାରିଆଣ୍ଟ ଦେଶର ବିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇଛି। ଓମିକ୍ରୋନର ୫-୬ ନୂତନ ସବ ଭାରିଆଣ୍ଟ ଦେଶରେ ଥିବା ନିଶ୍ଚିତ ହୋଇଛି। ଚାଇନାରେ କରୋନା ମାମଲା ବୃଦ୍ଧିରେ ଏହି ନୂତନ ସବ ଭାରିଆଣ୍ଟଗୁଡିକର ଭୂମିକା ରହିଛି। ଗୁଜୁରାଟ, ମହାରାଷ୍ଟ୍ର, କର୍ନାଟକ ଆଦି ରାଜ୍ୟରେ ଏହି ସବ-ଭାରିଆଣ୍ଟ ଗୁଡିକ ଚିହ୍ନଟ ହୋଇଥିବା ରିପୋର୍ଟ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ନୂତନ ସବ-ଭାରିଆଣ୍ଟରେ ଆକ୍ରାନ୍ତ ହୋଇ କେହି ଗୁରୁତର ଅସୁସ୍ଥ ହୋଇଥିବାର ଖବର ମିଳିନାହିଁ। କିନ୍ତୁ ସତର୍କ ରହିବା ଆବଶ୍ୟକ। ଅନେକ ଥର ଭୂତାଣୁଙ୍କର ଆଚରଣ ଆରମ୍ଭରେ ଜଣା ନଥାଏ, ତେଣୁ ସାବଧାନ ରହିବା ଜରୁରୀ।

ନୂତନ ସବ-ଭାରିଆଣ୍ଟଗୁଡିକ ବିଷୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ବଢୁଛି କି ନାହିଁ ତାହା ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନଜର ରଖିଛି। ଏଥିରେ ଆଇସିୟୁରେ ଭର୍ତ୍ତି ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉନାହିଁ।

Share