ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ: ପରେଡରେ ଅଂଶ ଗ୍ରହଣ କଲେ ୪୭ ଦଳ

କାମାକ୍ଷାନଗର, ୧୫ । ୮ , (ସୁଧିର କୁମାର ପରିଡା) : ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ଜାତୀୟ ପତାକା ଉତ୍ତୋଳନ କରି ସମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସର ଉପଜିଲାପାଳ ଉଦବୋଧନ ଦେଇ ଦେଶ ସ୍ବାଧୀନତାରେ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ସ୍ମତିଚାରଣ କରିଥିଲେ ।

ଏଥି ସହିତ ଦେଶ, ରାଜ୍ୟ ଓ ଜିଲାର ସ୍ବାଧୀନତା ସଂଗ୍ରାମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସାଜିଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଚଳିତବର୍ଷ ପ୍ୟାରେଡ଼ରେ ୪୭ ଟି ଦଳ ଅଂଶ ଗ୍ରହଣ କରିଥିଲେ । ରିଜର୍ଭ ହାବିଲଦାଳ ପ୍ରଦୀପ ଦେହୁରୀ ପ୍ୟାରେଡ଼ ପରିଚାଳନା କରିଥିଲେ । ଚଳିତ ବର୍ଷ ପ୍ୟାରେଡେରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ଏନସିସି ଜୁନିୟର ଡିଭିଜନ ବାଳିକା ଦଳଙ୍କୁ ଶ୍ରେଷ୍ଠ ପ୍ରାଟିିସିଙ୍ଗଦଳ , ଶ୍ରେଷ୍ଠ ବରିଷ୍ଠ ସିଭିଲିୟାନ ଭାବେ ରଘୁନାଥ ଜିଉ ଉଚ୍ଚ ବିଦ୍ୟାଳୟର ବାଳିକା ଦଳ, ଶ୍ରେଷ୍ଠ କନିଷ୍ଠ ଦଳ ଭାବେ ଶ୍ରୀ ଶ୍ରୀ ରବିଶଂଙ୍କର ବିଦ୍ୟାମନ୍ଦିର କୃତିତ୍ୱ ହାସଲ କରିଥିଲେ ।

ଏଥି ସହିତ ବିଭିନ୍ନ ପ୍ରତିଯୋଗିତା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ, ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ କାମାକ୍ଷାନଗର ଓ କଙ୍କଡ଼ାହାଡ ମଧ୍ୟରେ ଏକ ବନ୍ଧୁତ୍ବ ପୂଣ୍ଣ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ରଂଜନ କୁମାର ଦେଓ, ବିଡିଓ ବିକାଶ କୁମାର ମହାନ୍ତି, ସହକାରୀ ଜିଲାପାଳ ମଦନମୋହନ ଜେନା, ଦିପକ କୁମାର ମିଶ୍ର,ଓକିଲ ସଂଘର ସଭାପତି ଧର୍ମାନନ୍ଦ ମଲିକଙ୍କ ସମେତ ବିଭିନ୍ନ ପଦାଧିକାରି ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମେଜର ଦିଲିପ ସାହୁ ସେକେଣ୍ଡ ଅଫିସର ଧ୍ରୁବଚରଣ ସୁନ୍ଦରାୟ,ଥାର୍ଡ ଅଫିସର ଦୁର୍ଯ୍ୟୋଧନ ସାହୁ,ଅଭିଶେକ ସାହୁ,ମନଶ୍ବିନି ନାୟକ ପ୍ରମୁୁଖ ସହଯୋଗ କରିଥିଲେ।