
ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନ ଭିନ ବେଳେ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ସେଠାରେ ଜେରା କରାଯାଇଥିଲା। ଏହି ସମୟରେ ସେ ଜବତ ଟଙ୍କାର ହିସାବ ଦେଇ ନ ପାରିବାରୁ ତଥା ସଠିକ ଉତ୍ତର ଦେଇ ପାରି ନ ଥିବାରୁ ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ଭବାନୀପାଟଣା ଜିଲା ମୁଖ୍ୟ ଜେଲ (କାରଗାରା)କୁ ପଠା ଯାଇଥିଲା। ସେଠାରେ ରହିବା ପରେ ଡିପ୍ରେସନ(ମାନସିକ ବିଷାଦ) କୁ ଆସି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡ଼ି ଯାଇଥିବା ଜଣାପଡିଛି। ଯାହାଫଳରେ ତାଙ୍କୁ ଜେଲ ହସ୍ପିଟାଲ ରେ ଏବେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟ ବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଜେଲ ଯିବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ପରୀକ୍ଷା କରିବା ସମୟରେ ସବୁ ଠିକ ଥିବାବେଳେ ଏବେ ଗୋଟିଏ ଦିନ ଜେଲ ରେ ରହିବା ପରେ ଡିପ୍ରେସନ କୁ ଆସି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡି ଯିବା ଘଟଣା ସାଧାରଣ ରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।