ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ମୂଳ ଲକ୍ଷ ଏବଂ ଜନସାଧାରଣଙ୍କ ନିକଟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଜନହିତକର ଯୋଜନା କିଭଳି ଜନସାଧାରଣ ପାଇପାରିବେ ସେନେଇ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଯୋଗଦେଇଥିବା ବେଳେ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ ଯୋଗଦେଇ ପ୍ରଶାସନ ଆପଣଙ୍କ ପାଖରେ’ ବା ପ୍ରଶାସନର ସେବା ସେତୁ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ୨୩ଟି ଅଭିଯୋଗର ଶୁଣାଣୀ କରିଥିଲେ।
କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା, ସିଡିପିଓ ସାରାଣୀ ପଣ୍ଡା, କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି ମୁଖ୍ୟ ବିଷ୍ଣୁ ଚରଣ ପ୍ରଧାନଙ୍କ ସହ ଅନ୍ୟ ବିଭାଗ ପ୍ରତିନିଧି ହରେନ ସାହୁ, ଅରୁଣ ପ୍ରଧାନ, ପ୍ରଭାକର ସାହୁ, ମିନକେତନ ସାହୁ, ରୁଦ୍ର ମାଧବ ସାହୁ, ବିରଞ୍ଚିନାରାୟଣ ସାହୁ, ଶ୍ୟାମ ମହାକୁଡ଼, ସୁବାଷ ସାହୁ ପ୍ରମୁଖ ମଞ୍ଚାସୀନ ରହି ସରକାରଙ୍କ ଯୋଜନା ଓ ତାର ସୁବିଧା ସୁଯୋଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।