Posted inଖେଳ

ଆଟଲେଟିକୋ ମାଡ୍ରିଡ୍‌ରେ ଯୋଗଦେଲେ ସୁଆରେଜ୍‌

ମାଡ୍ରିଡ୍‌, ୨୫ା୯ (ଏପି)-ଫୁଟ୍‌ବଲ ଷ୍ଟାର ଲୁଇସ୍‌ ସୁଆରେଜ ଶେଷରେ ସ୍ପେନରେ ରହିଲେ। ଉରୁଗୁଏର ଏହି ଷ୍ଟ୍ରାଇକର ୬ ନିୟୁତ ୟୁରୋ (୭ ନିୟୁତ ଡଲାର) ବିନିମୟରେ ବାର୍ସିଲୋନା ଫୁଟ୍‌ବଲ କ୍ଲବରୁ ଆଟଲେଟିକୋ ମାଡ୍ରିଡ୍‌କୁ ବଦଳି ହୋଇଛନ୍ତି। ସୁଆରେଜ ବାର୍ସିଲୋନା ସହ ୬ଟି ସଫଳ ସିଜନ ଅତିବାହିତ କରିଛନ୍ତି। କାଟାଲାନର ଏହି କ୍ଲବ ସହ ସେ ୧୩ ଟାଇଟଲ ଜିତିଛନ୍ତି। ବାର୍ସିଲୋନାରେ ଥିବାବେଳେ ସେ ସେସାର ରୋଡ୍ରିଗୁଏଜ୍‌ (୨୩୨) ଏବଂ ଲିଓନେଲ ମେସି (୬୩୪)ଙ୍କ ପଛକୁ ୧୯୮ଗୋଲ ସହ ତୃତୀୟ ସର୍ବାଧିକ ଗୋଲ ସ୍କୋର ବିବେଚିତ ହୋଇଥିଲେ। ଅଗଷ୍ଟରେ ଚାମ୍ପିୟନ୍ସ ଲିଗ୍‌ର ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ବେୟର୍ନ ମ୍ୟୁନିକ୍‌ ନିକଟରୁ ୮-୨ରେ ଲଜ୍ଜାଜନକ ପରାଜୟ ପରେ ବାର୍ସିଲୋନାର ନୂଆ କୋଚ୍‌ ରୋନାଲ୍ଡ କୋମ୍ୟାନ ଦଳର ପୁନର୍ଗଠନ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଯୋଜନାରେ ୩୩ବର୍ଷୀୟ ସୁଆରେଜଙ୍କୁ ରଖି ନ ଥିବା ସୂଚନା ପାଇବା ପରେ ଉରୁଗୁଏ ଷ୍ଟ୍ରାଇକର ନୂଆ କ୍ଲବ ସନ୍ଧାନରେ ଥିଲେ। ଦଳରେ ତାଙ୍କର ଆବଶ୍ୟକତା ନାହିଁ ବୋଲି ଜାଣିବା ପରେ ମିଡ୍‌ଫିଲ୍ଡର ଇଭାନ ରାକିଟିକ୍‌ ବାର୍ସିଲୋନା ଛାଡ଼ି ସେଭିଲାରେ ଯୋଗ ଦେଇସାରିଛନ୍ତି। ଡିଫେଣ୍ଡର ସାମୁଏଲ ଅମ୍‌ଟିଟି ମଧ୍ୟ ଅନ୍ୟତ୍ର ପଳାଇବା ଲାଗି ଯୋଜନା ଚଳାଇଛନ୍ତି। ମେସି ହେଉଛନ୍ତି ସୁଆରେଜ୍‌ଙ୍କ ଦୀର୍ଘକାଳୀନ ସାଥୀ ଏବଂ ଟିମ୍‌ମେଟ। ସେ ଫ୍ରି ଟ୍ରାନ୍ସଫର ଚାହୁଁଥିଲେ। ମାତ୍ର କ୍ଲବ ତାଙ୍କ ଅନୁରୋଧ ରକ୍ଷା କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri