Categories: ଫୁରସତ

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ଘଟିଲା ଏମିତି…

ଅଧିକାଂଶ ଯୁବକ ବିପଦପୂର୍ଣ୍ଣ କୌଶଳ କରି ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ଏହି ଦୃଶ୍ୟ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ଯୁବକଙ୍କ ଷ୍ଟଣ୍ଟ୍‌ ଭାଇରାଲ ହେଉଛି।

@ tize4PF ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଥିବା ଭିଡିଓରେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳଛି। ସେ ଷ୍ଟାଇଲ୍‌ ଦେଖାଇବା ମାତ୍ରେ ଖସି ପଡୁଛନ୍ତି।

ଯୁବକ ଜଣକ ବିନା ହେଲମେଟ୍‌ରେ ବାଇକ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କରୁଥିଲେ। ବାଇକ୍‌ ଉପରେ ବସିବା ପରିବର୍ତ୍ତେ ଆଗ ଚକ ଉପରକୁ ଉଠାଇ ଅଧା ଠିଆ ହୋଇଥିଲେ। ଗତି ମଧ୍ୟ ଏପରି ଥିଲା ଯେ, ହଠାତ୍‌ କୌଣସି ବିପଦ ଆସିଲେ ନିୟନ୍ତ୍ରଣ କରିବା କଷ୍ଟକର ଥିଲା। ଠିକ୍‌ ସେମିତି ଘଟଣା ମଧ୍ୟ ଘଟିଲା। ଯେତେବେଳେ ସେ ଷ୍ଟାଇଲ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ସହିତ ଆଗକୁ ବଢୁଥିଲେ ଏହି ସମୟରେ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଏକ କାର୍‌ ସହିତ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, ସେ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ବାଇକ୍‌ କିଛି ଦୂର ଆଗକୁ ଗଡ଼ି ଯାଇଥିଲା। ସେ କାର୍‌ରେ ପିଟି ହୋଇ ତଳକୁ ଖସିପଡ଼ିଥିଲେ।

ସୌଭାଗ୍ୟବଶତଃ ଯୁବକ ଜଣକ ଉଠିଥିଲେ। କିନ୍ତୁ ମନେ ରଖିବା ଉଚିତ ଭାଗ୍ୟ ସର୍ବଦା ଦୟାଳୁ ନୁହେଁ। ସାଂଘାତିକ ଷ୍ଟଣ୍ଟ ପ୍ରତ୍ୟେକ ଥର ଜୀବନ ରକ୍ଷା କରିପାରିବ ନାହିଁ। ତେଣୁ ଅନାବଶ୍ୟକ ଭାବରେ ଏହିପରି ଷ୍ଟଣ୍ଟ୍‌ କରିବା ଅନୁଚିତ।

Share