ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା

ନୂଆପଡ଼ା,୧୯।୮(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ପଞ୍ଚାୟତ କୋଟ୍ରିବାହାଲ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା ଯାଉଛି। ଶ୍ରେଣୀ କୋଠରି ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଶ୍ରେଣୀ କୋଠରିରେ ଛାତ୍ରୀଛାତ୍ର ପାଠ ପଢୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୯ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରେ ୬୫ ଛାତ୍ରୀ ଓ ୬୪ ଛାତ୍ର ରହିଛନ୍ତି। ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ୮ଟି ଶ୍ରେଣୀକୁ ୪ଟି କୋଠରି ରହିଛି। ୪ଟି କୋଠରି ମଧ୍ୟରୁ ୨ଟି କୋଠରିରେ ପାଣି ଗଳି ଛାତରୁ ଲୁହାରଡ ବାହାରି ସିମେଣ୍ଟ ଅତଡା ପଡୁଛି। କୋଠରି ଅଭାବରୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଶ୍ରେଣୀ କୋଠରି ଭିତରେ ବସି ଅଧ୍ୟୟନ କରୁଛନ୍ତି। କୋଠରି ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଗୋଟିଏ କୋଠରିରେ ୨ଟି ଶ୍ରେଣୀ ପିଲା ବସି ଅଧ୍ୟୟନ କରୁଛନ୍ତି। ଛାତରୁ ସିମେଣ୍ଟ ଅତଡା ଖସିପଡ଼ି କିଛି ଛାତ୍ରୀଛାତ୍ର ଆହତ ମଧ୍ୟ ହୋଇ ସାରିଲେଣି। ବିଦ୍ୟାଳୟରେ ନୂତନ ଭାବେ କୋଠରି ନିର୍ମିାଣ ଦିଆଯାଉ ନ ହେଲେ ମରାମତି କରାଯାଉ ବୋଲି ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। କାହାରି ନଜର ବିଦ୍ୟାଳୟ ଉପରେ ପଡୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। କୋଟ୍ରିବାହାଲ-ଝଗ୍ରାହୀ ରାସ୍ତା କଡରେ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ଦେଇ ପ୍ରଧାନମନ୍ତ୍ରୀ ରାସ୍ତା ଯାଇଛି। ରାସ୍ତା ନିର୍ମାଣ କରିବା ଦ୍ୱାରା ରାସ୍ତା ଉପର ହୋଇ ବିଦ୍ୟାଳୟ ତଳ ହୋଇ ଯାଇଥିବାରୁ ବର୍ଷା ହେଲେ ବିଦ୍ୟାଳୟ ଭିତରକୁ ପାଣି ପଶି ଯାଉଛି। ବିଦ୍ୟାଳୟ ତଳରେ ବୋହି ଯାଉଥିବା ପାଣି ରହୁଥିବା ବେଳେ ଛାତ ଉପରୁ ପାଣି ଗଳୁଛି। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିତା ପଣ୍ଡାଙ୍କୁ ପଚାରିବାରୁ ମୋ ପାଖରେ ଖବର ନ ଥିଲା। ଆପଣଙ୍କଠାରୁ ମୁଁ ଜାଣିଲିି, ନିଜେ ଯାଇ ତଦନ୍ତ କରି ବହୁତଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ଆବଶ୍ୟକ ଶ୍ରେଣୀ କୋଠରି ନିର୍ମାଣ କରା ନ ଗଲେ ଗ୍ରାମବାସୀ ଭୋଟ ବର୍ଜନ କରିବୁ ବୋଲି ୱାର୍ଡମେମ୍ବର ମାୟାବତି କୁମ୍ଭାର, ଦେବାର ଚିରାଙ୍ଗୁନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଞ୍ଜିତ କୁମ୍ଭାର, ଧବନୀ ଚିରାଙ୍ଗୁଲ, ସୁନମ କୁମ୍ଭାର, ଜଗମୋହନ କୁମ୍ଭାର, ନବ ବନଛୋର,ଦୃବଳ କୁମ୍ଭାର, ଦ୍ରୋଣ ମହାନନ୍ଦ, କେଶବ କୁମ୍ଭାର, ନାନୁ ଚିରାଙ୍ଗୁନ, ବଂଶିଧର ବନଛୋର, ଟିକମନ ଚିରାଙ୍ଗୁଲ, ପାତ୍ର କୁମ୍ଭାର, ରିଖିରାମ କେତକି, ଲକ୍ଷ୍ମଣ ଚିରାଙ୍ଗୁଲ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri