Categories: ଜାତୀୟ

ଦେଶର ୮ ସହରରେ ପ୍ରଦୂଷଣ ଯୋଗୁ ଅସମୟରେ ଯାଇଛି ୧ ଲକ୍ଷରୁ ଅଧିକ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୪: ଦେଶର କିଛି ସହରରେ ବାୟୁ ପ୍ରଦୂଷଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଏକ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡିଛି କି ୨୦୦୫ରୁ ୨୦୧୮ ମଧ୍ୟରେ ଦେଶର ୮ଟି ସହରରେ ପ୍ରଦୂଷଣ କାରଣରୁ ୧ ଲକ୍ଷରୁ ଅଧିକ ଲୋକଙ୍କର ଅସମୟରେ ମୃତ୍ୟୁ ହୋଇଛି ।
ନାସା ଓ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସିର ଉପଗ୍ରହରୁ ମିଳିଥିବା ସଂଖ୍ୟାର ବିଶ୍ଳେଷଣ ଆଧାରରେ ଏହି ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ୮ ସହର ମଧ୍ୟରେ ରହିଛି ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ସୁରଟ , ପୁଣେ ଓ ଅହମଦାବାଦ । ବ୍ରିଟେନର ବର୍ମିଂହାମ ବିଶ୍ୱବିଦ୍ୟାଳୟ ଓ ୟୁସିଏଲର ବିଶେଷଜ୍ଞଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରୁ ଏହି ତଥ୍ୟ ମିଳିଛି । ଉକ୍ତ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ବଢି ଚାଲିଥିବା ପ୍ରଦୂଷଣ କାରଣରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ୧,୮୦,୦୦୦ଲୋକଙ୍କର ଅସମୟରେ ମୃତ୍ୟୁ ହୋଇଛି । ବିଶେଷଜ୍ଞ ଟିମ ୨୦୦୫-୨୦୧୮ ମଧ୍ୟରେ ନାସା ଓ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି(ଇଏସଏ)ର ଉପଗ୍ରହରୁ ମିଳିଥିବା ସୂଚନାର ବିଶ୍ଳେଷଣ କରି ଏହି ଦାବି କରିଛନ୍ତି ।

Share