Categories: ଜାତୀୟ

କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରେ ଦେଇପାରିବେ ପ୍ରାକ୍ଟିକାଲ ପରୀକ୍ଷା

ନୂଆଦିଲ୍ଲୀ,୩୧।୩: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) କର୍ତ୍ତୃପକ୍ଷ ବୋର୍ଡ ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ ଛାତ୍ରୀଛାତ୍ର କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ପାଇଁ ଚିନ୍ତା କରିବାର କିଛି କାରଣ ନାହିଁ। ନୂଆ ଘୋଷଣା ଅନୁଯାୟୀ ସେମାନଙ୍କ ପ୍ରାକ୍ଟିକାଲ ପରୀକ୍ଷା ସ୍ଥଗିତ ରହିବ। ଏପ୍ରିଲ ମାସରେ ପୁନଃ କାର୍ଯ୍ୟସୂଚୀ ହେବ କିମ୍ବା ଲିଖିତ ପରୀକ୍ଷା ପରେ ହେବ। କୋଭିଡ୍‌ ପଜିଟିଭ୍‌ ଛାତ୍ରୀଛାତ୍ରଙ୍କୁ ବିଶ୍ରାମ ନେବା ଓ ଘରେ ଆଇସୋଲେଶନରେ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share