ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ନିଶାର ଭୟାବହତା, ଶାରୀରିକ-ମାନସିକ ସ୍ବାସ୍ଥ୍ୟ ଓ ସମାଜ ଉପରେ ଏହାର କୁପ୍ରଭାବ ବିଷୟରେ ବୁଝାଇବା ସହ ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ ଦେଇଥିଲେ।

ଘସିପୁରା ଥାନା ଆଇଆଇସି ମିତାଲି ମଧୁଲିତା ବିଶ୍ୱାଳ ଯୋଗଦେଇ ଅବୈଧ ନିଶା କାରବାର ବିରୋଧରେ ସଚେତନ ରହିବାକୁ ଏବଂ ଆବଶ୍ୟକ ସ୍ଥଳେ ପୋଲିସ ଓ ଶିକ୍ଷକଙ୍କ ସହଯୋଗ ନେବାକୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷୟିତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Dharitri – Odisha’s No.1 Odia Daily

Share