ନୂଆ ପାଠ୍ୟକ୍ରମ ଲାଗୁ ହେବା ପରେ ବିଶ୍ୱବିଦ୍ୟାଳୟକୁ ଫେରିବେ ଛାତ୍ରୀ: ତାଲିବାନ…

କାବୁଲ,୨୫।୩ : ଆଫଗାନିସ୍ତାରେ ସୁରକ୍ଷା ବିଭାଗର ମୁଖ୍ୟ ଅଜିଜୁଲ୍ଲା ଓମାର ଗଣମାଧ୍ୟମକୁ କହିଛନ୍ତି ଯେ ଏକ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ପରେ ଛାତ୍ରୀମାନଙ୍କୁ ଆଫଗାନିସ୍ତାନର ବିଶ୍ୱବିଦ୍ୟାଳୟକୁ ଫେରିବାକୁ ଅନୁମତି ଦିଆଯିବ। ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ, କେବଳ ପାଠ୍ୟକ୍ରମରେ ସମସ୍ୟା ରହିଛି, ତେଣୁ ଏହାର ଉନ୍ନତି ପାଇଁ ଏକ କମିଟି ଗଠନ କରାଯାଇଛି। ଧର୍ମଗୁରୁଙ୍କ ମତାମତ ନିଶ୍ଚିତ ହେବା ପରେ ବିଶ୍ୱବିଦ୍ୟାଳୟ ପୁଣି ଆରମ୍ଭ ହେବ।

ବିଶ୍ୱବିଦ୍ୟାଳୟରେ ପାଟପଢ଼ା ବନ୍ଦ ସେମାନଙ୍କ ମନୋବଳକୁ ପ୍ରଭାବିତ କରିଛି ବୋଲି ଛାତ୍ରୀମାନେ ଚିନ୍ତା ପ୍ରକଟ କରିଥିବା ବେଳେ ତାଲିବାନ ସରକାରଙ୍କ ପକ୍ଷରୁ ଏଭଳି ବିବୃତ୍ତି ଆସିଛି। ଛାତ୍ରୀମାନେ କହିଛନ୍ତି ଜୀବନ ବିଷୟରେ ସମ୍ପୂର୍ଣ୍ଣ ନିରାଶ ହୋଇ ଆମେ ଆଶା କରୁଥିଲୁ ଯେ ନୂତନ ଶିକ୍ଷାବର୍ଷରେ ବିଦ୍ୟାଳୟଗୁଡ଼ିକ ଖୋଲିବ। ଆମେ ଆମ ପାଇଁ ବିଦ୍ୟାଳୟର ଦ୍ୱାର ଖୋଲିବାକୁ ସରକାରଙ୍କୁ ଅନୁରୋଧ କରୁଛୁ।

Share