୪୦ଡିଗ୍ରୀ ତାପମାତ୍ରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରୀଛାତ୍ର: ଛୁଟି ଘୋଷଣା ପାଇଁ ସରକାରଙ୍କଠାରେ ଦାବି

ପାଟଣା,୨୪।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲାରେ ବୁଧବାରଠାରୁ ପାରଦ ଉପରମୁହାଁ ହୋଇଛି। ପାଟଣା ବ୍ଲକ ମୁଖ୍ୟାଳୟର ଗୁରୁବାର ସର୍ବୋଚ୍ଚ ୪୧ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ମଧ୍ୟ ୪୦ଡିଗ୍ରୀ ଉପରେ ରହିବ ବୋଲି ପାଣି ବିଭାଗ ଆକଳନ କରିଛି। ହେଲେ ଉଭୟ ସରକାରୀ ବେସରକାରୀ ସ୍କୁଲ କଲେଜଗୁଡିକୁ ସରକାର ଚାଲୁ ରଖିଥିବାରୁ ଥିବାରୁ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ କୋମଳ ମତି ଛାତ୍ରୀଛାତ୍ରମାନେ ଘରକୁ ଫେରିବା କଷ୍ଟକର ହୋଇପଡୁଛି। ତୁରନ୍ତ କେନ୍ଦୁଝର ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଇବାକୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।

 

Odisha’s No.1 Odia Daily

Share